Odisha Link
Bridging the Missing Links in Odisha

ରଥଯାତ୍ରା ପାଇଁ ପୁରୀରେ କଡ଼ା ସୁରକ୍ଷା: ଆତଙ୍କବାଦୀ ଆକ୍ରମଣକୁ ପ୍ରତିହତ କରିବାକୁ ମକ୍ ଡ୍ରିଲ୍

ଓଏଲ୍‌ ବ୍ୟୁରୋ: ଆଗାମୀ ରଥଯାତ୍ରା ପାଇଁ ପୁରୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପହଲଗାମ୍ ଆକ୍ରମଣ ପରେ ସାରା ଦେଶରେ ଏବେ ହାଇଆଲର୍ଟ। ବିଶେଷକରି ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପୁରୀ ରେଳଷ୍ଟେସନରେ ବିଭିନ୍ନ ସିକ୍ୟୁରିଟି ସଂସ୍ଥାକୁ ନେଇ ମିଳିତ ଭାବରେ ଆଣ୍ଟି ଟେରର୍ ମକଡ୍ରିଲ୍ କରାଯାଉଛି। ଷ୍ଟେସନ୍ କିମ୍ବା ଟ୍ରେନ୍ ଭିତରେ ଯଦି କୌଣସି ସମୟରେ ଆତଙ୍କବାଦୀମାନେ ହମଲା କରନ୍ତି, ତାକୁ କିଳଭି ମୁକାବିଲା କରିବ ପୁଲିସ ଓ ସ୍ୱତନ୍ତ୍ର ଟିମ। ସେନେଇ ପୁରୀ ରେଳ ଷ୍ଟେସନ୍‌ରେ ଏହାର ଏକ ମକଡ୍ରିଲ ହୋଇଛି।

ଆର.ପି.ଏଫ୍ ଓ ଜି.ଆର.ପି, ସ୍ପେସିଆଲ କମାଣ୍ଡୋ, ଏସଓଜି,ଅଗ୍ନିଶମ ବାହିନୀ, ଓଡ୍ରାଫ, ପୁରୀ ପୋଲିସ ଏହିଭଳି ୧୧ଟି ଟିମର ମିଳିତ ସହଯୋଗେର ଏହି ମକଡ୍ରିଲ କରାଯାଇଥିଲା। ରେଳ ଷ୍ଟେସନର ୩ନମ୍ବର ପ୍ଲାଟଫର୍ମରେ ଏହି ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଦି କୌଣସି ସମୟରେ ଟ୍ରେନରେ କୌଣସି ଆତଙ୍କି କାର୍ଯ୍ୟକଳାପ ଦେଖାଯାଏ, ତାକୁ କିଭଳି ମୁକାବିଲା କରାଯିବ, ସେନେଇ ଏହି ମକଡ୍ରିଲ କରାଯାଇଛି। ମକଡ୍ରିଲ ପାଇଁ ୩’ ନମ୍ବର ପ୍ଲାଟଫର୍ମରେ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ତପସ୍ୱିନୀ ଏକ୍ସପ୍ରେସକୁ ମକଡ୍ରିଲରେ ବ୍ୟବହୃତ କରାଯାଇଥିଲା। ତିନିଜଣ ଆତଙ୍କବାଦୀ ଟ୍ରେନକୁ ହାଇଜାକ୍ କରିଥିବା ବେଳେ ଯାତ୍ରୀଙ୍କୁୂ ନିଜ କବଜାରେ ରଖିଥିଲେ। ତେଣୁ ଆତଙ୍କବାଦୀଙ୍କୁ କିଭଳି ମୁକାବିଲା କରାଯାଇ ଯାତ୍ରୀଙ୍କୁ ଉଦ୍ଧାର କରାଯିବ, ତାହା ଏହି ମକଡ୍ରିଲରେ ଦର୍ଶାଯାଇଥିଲା।