Odisha Link
Bridging the Missing Links in Odisha

ମହିଳାଙ୍କ ପାଇଁ ଖୁସି ଖବର: ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ୫ ହଜାର ଟଙ୍କା

ଓଏଲ୍‌ ବ୍ୟୁରୋ: ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ମହିଳାଙ୍କୁ ମିଳିବ ୫ ହଜାର ଟଙ୍କା। କଟକରେ ନାରୀଶକ୍ତି ସମାବେଶରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ନାରୀଶକ୍ତି ସମାବେଶରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, କୋଟିଏ ମହିଳା ସୁଭଦ୍ରା ଯୋଜନାରେ ସାମିଲ ହୋଇଛନ୍ତି। ଆଗାମୀ ରାକ୍ଷୀ ପୂର୍ଣ୍ଣିମାରେ ପୁଣି ମହିଳାଙ୍କ ଆକାଉଣ୍ଟକୁ ଯିବ ୫ ହଜାର। ଆଜି ଗାଁ ଗାଁରେ ମହିଳା ଲକ୍ଷପତି ଦିଦି ହେଉଛନ୍ତି। ପ୍ରଧାନମନ୍ତ୍ରୀଙ୍କ କଲ୍ୟାଣକାରୀ ଯୋଜନାରେ ଉପକୃତ ହେଉଛନ୍ତି ମହିଳା। ବିକଶିତ ଓଡ଼ିଶାର ଦାୟିତ୍ଵ ଆମ ରାଜ୍ୟର ମହିଳା ନେବେ ବୋଲି ନାରୀଶକ୍ତି ସମାବେଶରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।