ଭଙ୍ଗାଯିବ ୟୁନିଟ୍-୨ରେ ଥିବା ସରକାରୀ କ୍ଵାଟର୍ସ, ନିର୍ମାଣ ହେବ ଅତିଥି ଭବନ

ଓଏଲ୍ ବ୍ୟୁରୋ: ଭଙ୍ଗାଯିବ ୟୁନିଟ୍-୨ରେ ଥିବା ସରକାରୀ କ୍ବାଟର୍ସ। ଭୁବନେଶ୍ବର ୟୁନିଟ୍-୨ ଅଶୋକନଗରରେ ନିର୍ମାଣ ହେବ ଅତିଥି ଭବନ। ରାଜଧାନୀକୁ ବିଭିନ୍ନ ଜିଲ୍ଲାରୁ ଆସୁଥିବା ଲୋକଙ୍କ ସୁବିଧା ରହଣି ପାଇଁ ରାଜ୍ୟ ସରକାର ଏକ ଅତିଥି ଭବନ ନିର୍ମାଣ ପାଇଁ ଚିନ୍ତା କରିଛନ୍ତି। ଅତିଥି ଭବନ ନିର୍ମାଣ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଭିନ୍ନ ଭିନ୍ନ କାର୍ଯ୍ୟରେ ଆସୁଥିବା ଲୋକମାନେ ଏହି ଅତିଥି ଭବନରେ ରହି ପାରିବେ। ସ୍ବାସ୍ଥ୍ୟ ସଂପର୍କିତ ହେଉ କିମ୍ବା ଅନ୍ୟ କୌଣସି ଅଫିସ କାର୍ଯ୍ୟରେ ଆସିଥାନ୍ତୁ, ଅତିଥି ଭବନରେ ରହି ନିଜର କାର୍ଯ୍ୟ କରି ପାରିବେ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।