ଯୁକ୍ତ ତିନି ନାମଲେଖା: ପ୍ରଥମ ପର୍ଯ୍ୟାୟରେ ମନୋନୀତ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ସୂଚନା..

ଓଏଲ୍ ବ୍ୟୁରୋ: ପ୍ରକାଶ ପାଇଥିବା +୩ ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ଅନୁସାରେ ନାମଲେଖା ଜାରି ରହିଛି। ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ଅନୁସାରେ ଜୁନ ୧୬ରେ ନାମଲେଖା ଆରମ୍ଭ ହୋଇଥିବାବେଳେ ନାମଲେଖା ଅବଧି ବୃଦ୍ଧି କରାଯାଇଛି। ଜୁନ୍ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ କରିପାରିବେ। ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି କରିପାରିବେ। Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ। ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ।
ଯୁକ୍ତ ତିନି ପ୍ରଥମ ପର୍ଯ୍ୟାୟ କଟ ଅଫ ମାର୍କ ତାଲିକା ଅନୁସାରେ, ରେଭେନ୍ସା ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ପାଇଁ କଟ ଅଫ ୯୨.୮୦ ପ୍ରତିଶତ ରହିଥିବାବେଳେ ଫିଜିକ୍ସରେ କଟ୍ ଅଫ୍ ମାର୍କ ୯୩.୬୭%, ଜୁଲୋଜିରେ ୯୪ %, ବାଣିଜ୍ୟରେ କଟ ଅଫ ୯୦.୫୦ ପ୍ରତିଶତ ରହିଛି। ବିଜେବି କଲେଜର କମ୍ପ୍ୟୁଟର ସାଇନ୍ସରେ ୮୮.୫୩ ପ୍ରତିଶତ କଟ ଅଫ ରହିଛି। ଉତ୍କଳ ବିଶ୍ବବିଦ୍ୟାଳୟ ଲ’ କଲେଜର ଏଲଏଲବିରେ କଟ୍ଅଫ୍ ମାର୍କ ୮୭.୮୦ ପ୍ରତିଶତ କଟ ଅଫ ରହିଛି।