ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ, ଟ୍ୱିନ୍ସିଟି ସମେତ ୨ ଜିଲ୍ଲାରେ ସ୍କୁଲ ଛୁଟି

ଓଏଲ୍ ବ୍ୟୁରୋ: ସରିଲା ଗ୍ରୀଷ୍ମ ଅବକାଶ, ରାଜ୍ୟରେ ଆଜିଠୁ ଖୋଲିଲା ସ୍କୁଲ। କିନ୍ତୁ ଆଜି ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପାଇଁ ଟ୍ୱିନ୍ସିଟି କଟକ-ଭୁବନେଶ୍ୱରରେ ସ୍କୁଲ ବନ୍ଦ ରହିଛି। ସେପଟେ ବିଭିନ୍ନ ଜିଲ୍ଲାରେ ଆଜିଠୁ ସ୍କୁଲ ଖୋଲୁଥିବାବେଳେ କାଲି ଯାଏଁ ଭଦ୍ରକ, ୨୪ ଯାଏଁ ଯାଜପୁରରେ ସବୁ ସ୍କୁଲ ଛୁଟି ରହିବ।
ଏହି ଦୁଇ ଜିଲ୍ଲାରେ ଝାଡ଼ାବାନ୍ତି ସ୍ଥିତିକୁ ନଜରରେ ରଖି ସବୁ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଭଦ୍ରକରେ ୨୧ ତାରିଖ ପର୍ଯ୍ୟନ୍ତ ସବୁ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଅଙ୍ଗନବାଡ଼ି କେନ୍ଦ୍ର, ସମସ୍ତ ସ୍କୁଲ୍ ଓ କଲେଜ ବନ୍ଦ ପାଇଁ ନିର୍ଦ୍ଦେଶ ରହିଛି।
ସେହିଭଳି ଡାଇରିଆ ପାଇଁ ଯାଜପୁର ଜିଲ୍ଲାରେ ୨୪ ଯାଏଁ ସ୍କୁଲ ଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ଜିଲ୍ଲାରେ ସମସ୍ତ ସ୍କୁଲ୍ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ବି ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀମାନେ ସ୍କୁଲ୍ ଆସି ପରିମଳ ବ୍ୟବସ୍ଥା ପରଖିବାକୁ ନିର୍ଦ୍ଦେଶ ରହିଛି।