Odisha Link
Bridging the Missing Links in Odisha

ତେଜିଲା ‘ପ୍ରସାଦ’ ବିବାଦ: ସବୁ ପ୍ରସାଦ ମହାପ୍ରସାଦ ନୁହେଁ ବୋଲି କହିଲେ ଗଜପତି ମହାରାଜ..

ଓଏଲ୍‌ ବ୍ୟୁରୋ: ଦୀଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ବିବାଦ ପରେ ମହାପ୍ରସାଦ ନେଇ ଚର୍ଚ୍ଚା ବଢିଛି। ଖୁଆ ପୂଜା କରି ଏହାକୁ ମହାପ୍ରସାଦ ନାଁରେ ପୁରା ରାଜ୍ୟରେ ଘରେ ଘରେ ବାଣ୍ଟୁଛନ୍ତି ମମତା ସରକାର। କୁହାଯାଉଛି, ବିଜେପିର ହିନ୍ଦୁତ୍ବ କାର୍ଡକୁ କଡ଼ା ଟକ୍କର ଦେବା ଏବଂ ନିର୍ବାଚନ ପୂର୍ବରୁ ନିଜ ହିନ୍ଦୁ ବିରୋଧୀ ଭାବମୂର୍ତ୍ତି ବଦଳାଇବାକୁ ଏଭଳି ଯୋଜନାର ସାହାରା ନେଇଛନ୍ତି ମମତା। ଯାହାକୁ ରାଜନୈତିକ ଚାଲ କହି କଡ଼ା ନିନ୍ଦା କରିଛି ପଶ୍ଚିମବଙ୍ଗ ବିଜେପି। ଏପଟେ ପ୍ୟାକେଟରେ ପେଡ଼ା ଓ ଗଜା ବାଣ୍ଟି ଏହାକୁ ମହାପ୍ରସାଦ ବୋଲି କହୁଥିବାରୁ ତାକୁ ନେଇ ବର୍ଷିଛନ୍ତି ଶ୍ରୀମନ୍ଦିର ସେବାୟତ। ଦୀଘା ଜଗନ୍ନାଥ ମନ୍ଦିରରେ ପ୍ରସାଦକୁ ମହାପ୍ରସାଦ ନାଁରେ ଦିଆଯାଉଛି। ସବୁ ପ୍ରସାଦ ନୁହେଁ ମହାପ୍ରସାଦ ବୋଲି ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି।