Odisha Link
Bridging the Missing Links in Odisha

ଏନ୍ଏଚ୍ଆରସିରେ ଗୋପାଳପୁର ମାମଲା: ୨ ସପ୍ତାହରେ ରିପୋର୍ଟ ଦେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଗୋପାଳପୁର ଗଣଦୁଷ୍କର୍ମ ମାମଲା ସାରା ରାଜ୍ୟରେ ଆଇନ ସୁରକ୍ଷା ପରିସ୍ଥିତିରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଗଣଦୁଷ୍କର୍ମ ଘଟଣାରେ ୧୦ ଅଭିଯୁକ୍ତ ଗିରଫ ହୋଇଛନ୍ତି। ୧୦ ଅଭିଯୁକ୍ତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ନାବାଳକ।

ଦୁଷ୍କର୍ମ ଘଟଣାକୁ ଅତ୍ୟନ୍ତ ଜଘନ୍ୟ ବୋଲି ଏସପି ଶ୍ରବଣା ବିବେକ ଏମ୍ କହିଛନ୍ତି। ଘଟଣାରେ ନାବାଳକ ସଂପୃକ୍ତ ଥିଲେ ହେଁ ସେମାନଙ୍କୁ ଦଣ୍ଡ ମିଳିବା ଉଚିତ। ନାବାଳକଙ୍କୁ ସାବାଳକ ଭାବେ ଦଣ୍ଡ ଦେବାକୁ କୋର୍ଟରେ ଆବେଦନ କରିବୁ। ୩ ଜଣ ଅଭିଯୁକ୍ତ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ବେଳେ ଅନ୍ୟ ୭ ଜଣଙ୍କୁ ଅଟକ ରଖିଥିଲେ ବୋଲି ଏସପି ଶ୍ରବଣା ବିବେକ ଏମ୍ କହିଛନ୍ତି।

ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଜାତୀୟ ମହିଳାଙ୍କ କମିଶନ ହସ୍ତକ୍ଷେପ ପରେ ଏନ୍ଏଚ୍ଆରସି ନିଜ ଆଡ଼ୁ ମାମଲା ରୁଜୁ କରିଛି। ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛି।