Odisha Link
Bridging the Missing Links in Odisha

ଆଜିଠୁ ମାଟ୍ରିକ ଖାତା ଦେଖା ଆରମ୍ଭ; ୧୫ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଚଳିତବର୍ଷର ମାଟ୍ରିକ ପରୀକ୍ଷା ଶେଷ ହୋଇଛି। ଫେବୃଆରୀ ୨୦ ତାରିଖରେ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ମାର୍ଚ୍ଚ ୪ ତାରିଖରେ ଶେଷ ହୋଇଛି। ଶେଷ ଦିନରେ ସାମାଜିକ ବିଜ୍ଞାନ ବିଷୟରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଚଳିତବର୍ଷ ୨ ହଜାର ୯୯୧ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଥିଲେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରଛାତ୍ରୀ। ପରୀକ୍ଷା ଶେଷ ହୋଇଥିବାବେଳେ ଆଜିଠୁ ଖାତା ଦେଖା ଆରମ୍ଭ ହୋଇଛି। ସେହିଭଳି ପରୀକ୍ଷାକୁ ସ୍ୱଚ୍ଛଳ କରିବା ପାଇଁ କଡା ସୁରକ୍ଷା ବ୍ୟବସ୍ତା କରାଯାଇଥିଲା।

ଆସନ୍ତା ୧୫ଦିନ ମଧ୍ୟରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ରହିଛି। ଫେବୃଆରୀ ୨୦ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ପରୀକ୍ଷା ଗତକାଲି ସାମାଜିକ ବିଜ୍ଞାନ ପରୀକ୍ଷା ସହ ଶେଷ ହୋଇଛି। ପରୀକ୍ଷା ସରିବା ପରେ ରାଜ୍ୟର ୩୧୩ଟି ନୋଡାଲ ସେଂଟରରୁ ଉତ୍ତରଖାତା ସଂଗ୍ରହ ପାଇଁ ବୋର୍ଡ ପକ୍ଷରୁ ଗଠିତ ଟିମକୁ ପଠାଯାଇଛି। ଖାତା ଦେଖା ଆରମ୍ଭ ହେବାର ୧୫ଦିନ ଭିତରେ ମୂଲ୍ୟାୟନ ସାରିବାକୁ ନିର୍ଦ୍ଦେଶ ରହିଥିବା ମାଟ୍ରିକ ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।