Odisha Link
Bridging the Missing Links in Odisha

ଆଜି ବିଜେଡିରେ ମିଶିବେ ସାଲେପୁରର ପୂର୍ବତନ ବିଧାୟକ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ନେତାଙ୍କ ଦଳ ଡିଆଁ ପର୍ବ ଜାରି ରହିଛି। ଏସବୁ ମଧ୍ୟରେ ଆଜି ବିଜେଡିରେ ମିଶିବେ ପ୍ରକାଶ ବେହେରା। ସାଲେପୁର ପୂର୍ବତନ ବିଧାୟକ ତଥା କଟକ ବିଜେପିର ପୂର୍ଵତନ ସଭାପତି ଭାବେ କାର୍ଯ୍ୟରତ ଥିଲେ ପ୍ରକାଶ ବେହେରା। ତେବେ ଆଜି ସେ ସମର୍ଥକଙ୍କ ସହ ଆସି ଶଙ୍ଖ ଭବନରେ ମିଶିବେ।