Odisha Link
Bridging the Missing Links in Odisha

କଂଗ୍ରେସ ଦେଲା ବଡ଼ ଝଟକା; ଅଡ଼ୁଆରେ ସୁର ରାଉତରାୟ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ତାରିଖ ଯେତେ ପାଖଉଛି ରାଜ୍ୟ ରାଜନୀତି ସେତେ ସରଗରମ ହେବାରେ ଲାଗିଛି। ଏଥିସହିତ ଦଳଡିଆଁ ରାଜନୀତି ସାଙ୍ଗକୁ ଦଳୀୟ କନ୍ଦଳ ଏବେ ସବୁଠି ଚର୍ଚ୍ଚାରେ। ଏସବୁ ମଧ୍ୟରେ ସୁର ରାଉତରାୟଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ପିସିସି ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଗତ ମାର୍ଚ୍ଚ ୨୯ରେ ନୋଟିସ ଜାରି ହୋଇଥିବା ସୂଚନା ରହିଛି। ପୁଅ ପାଇଁ ଭୋଟ ମାଗିବାରୁ କଂଗ୍ରେସ ପକ୍ଷରୁ ନୋଟିସ ଜାରି ହୋଇଛି।

ଏନେଇ ସୁରେଶ ଅସନ୍ତୋଷ ପ୍ରକାଶ କରିବା ସହ ଅନ୍ୟ କୌଣସି ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। କିନ୍ତୁ ବାପା-ପୁଅର ସମ୍ପର୍କରେ କଂଗ୍ରେସ ବାଧା ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି ସୁର। ସେପଟେ ସୁରଙ୍କ ସପକ୍ଷରେ ବାହାରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି। ସୁରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ଉଚିତ ନୁହେଁ। ପିସିସି ସଭାପତି ତୁରନ୍ତ ନୋଟିସ ପ୍ରତ୍ଯାହାର କରିବାକୁ ସେ ଦାବି କରିଛନ୍ତି। ପିସିସି ସଭାପତି କହିଛନ୍ତି ମୋର ବିଶ୍ବାସ ତାରା ଅନ୍ଯ ଦଳରୁ ପ୍ରଚାର କରିବେ ନାହିଁ। ନୋଟିସ ପ୍ରତ୍ଯାହାର ନେଇ ଏଆଇସିସି ନିଷ୍ପତ୍ତି ନେବ।