Odisha Link
Bridging the Missing Links in Odisha

ଲାଲୁ ଯାଦବଙ୍କୁ ବଡ଼ ଆଶ୍ବସ୍ତି, ମିଳିଲା ଜାମିନ

ଓଏଲ୍ ବ୍ୟୁରୋ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଜମି ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି ଦିଲ୍ଲୀ କୋର୍ଟ। ତେବେ ଏହି ଅକ୍ଟୋବର ୨୫ରେ ଏହି ମାମଲାର ପରବର୍ତୀ ଶୁଣାଣି କରାଯିବ।

ସୂଚନାଯୋଗ୍ୟ, ୨୦୦୪ରୁ ୨୦୦୯ ଯାଏ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ଶସ୍ତା ଦାମରେ ଜମି କିଣି ଏହା ବଦଳରେ ଲୋକଙ୍କୁ ରେଳବାଇରେ ଚାକିରି ଦେଇଥିବା ଅଭିଯୋଗ ହୋଇଥିଲା। ୨୦୧୭ରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଇଡି ମଧ୍ୟ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା ।