Odisha Link
Bridging the Missing Links in Odisha

ଚିନ୍ତାରେ ଗ୍ରାହକ: ପୁଣି ବଢ଼ିଲା ସୁନାଦର

ଓଏଲ୍‌ ବ୍ୟୁରୋ: ଦୁଇ ତିନି ଦିନ ସୁନାରୂପା ଦର ହ୍ରାସ ପାଇବା ପରେ ପୁଣି ବୃଦ୍ଧି ପାଇଛି। ସୁନା ଦର ୪୦ ପ୍ରତିଶତ ହ୍ରାସପାଇପାରେ ବୋଲି କୁହାଯାଉଥିବାବେଳେ ପୁଣି ଦର ବୃଦ୍ଧି ପାଉଛି। ୫୬ ହଜାର ଟଙ୍କାକୁ ସୁନାଦର ହ୍ରାସ ପାଇପାରେ ବୋଲି ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ହେଲେ ଆଜି ପୁଣି ଥରେ ସୁନାରୂପା ଦର ବୃଦ୍ଧି ପାଉଛି।

ରୂପା କିଲୋ ପ୍ରତି ୨୫୦୦ ଟଙ୍କା ବଢ଼ିଲା। ୧ କେଜି ରୂପାର ମୂଲ୍ୟ ୯୬,୫୦୦ ଟଙ୍କା ଛୁଇଁଛି। ୨୨ କ୍ୟାରେଟ ସୁନା ଦର ୨୭୦୦ ଟଙ୍କା ବୃଦ୍ଧି ପାଇଛି। ୨୨ କ୍ୟାରେଟର ୧୦ ଗ୍ରାମ ସୁନା ମୂଲ୍ୟ ୮୫,୬୦୦ ଟଙ୍କା ଛୁଇଁଛି। ୨୪ କ୍ୟାରେଟ ସୁନା ଦର ୨୯୪୦ ବୃଦ୍ଧି ପାଇଛି। ୨୪ କ୍ୟାରେଟ ସୁନା ମୂଲ୍ୟ ୯୩,୩୮୦ ଟଙ୍କାରେ ପହଂଚିଛି।