କୋଇଲା ବୋଝେଇ ଟ୍ରେନରେ ନିଆଁ

ଭୁବନେଶ୍ବର: ବରଗଡ଼ ଗୋଡ଼ଭଗା ରେଳୱେ ଷ୍ଟେସନ ରେ କୋଇଲା ବୋଝେଇ ଟ୍ରେନ ରେ ଅଗ୍ନିକାଣ୍ଡ ଘଟିଛି ।ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ ଜାରି ।
ମିଳିଥିବା ସୂଚନା ଅନୁସାରେ ବ୍ରଜରାଜନଗର ରୁ ବିଶାଖାପଟଣା ପୋର୍ଟକୁ ଯାଉଥିଲା ଏକ କୋଇଲା ବୋଝେଇ ଟ୍ରେନ। ଗୋଡଭାଗ ଷ୍ଟେସନ କିଛି ବାଟ ଗଲା ପରେ ୯ନଂ ବଗିରେ ନିଆଁ ଲାଗିଥିବାର ଦେଖି ଡ୍ରାଇଭର ଷ୍ଟେସନକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି।