Odisha Link
Bridging the Missing Links in Odisha

ଜୁନ୍‌ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ: ଆଇଏମଡି

ଜୁନ୍‌ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ।

ଓଏଲ୍‌ ବ୍ୟୁରୋ: ଅସହ୍ୟ ତାତିରେ ଜଳୁଛି ସାରା ଦେଶ। ତାତିରୁ ମୁକ୍ତି ପାଇବା ପାଇଁ ସମସ୍ତେ ବର୍ଷାକୁ ଅପେକ୍ଷା କରିଥିବାବେଳେ ଭାରତୀୟ ପାଣିପାଗ ବିଭାଗ ଏନେଇ ପୂର୍ବାନୁମାନ କରିଛି। ଜୁନ୍‌ ୪ ତାରିଖ ସୁଦ୍ଧା କେରଳ ଛୁଇଁପାରେ ମୌସୁମୀ। ମୌସୁମୀ ସବଳ ହେଲେ ୪ ସୁଦ୍ଧା କେରଳ ଛୁଇଁବା ସମ୍ଭାବନା। ଜୁନ୍‌ ପହିଲା ସୁଦ୍ଧା ମୌସୁମୀ ପହଞ୍ଚିବାର ସମ୍ଭାବନା ନାହିଁ। ଚଳିତ ବର୍ଷ ସ୍ୱାଭାବିକ ବର୍ଷା ହେବା ଆକଳନ କଲା ଆଇଏମଡି।

ରାଜ୍ୟରେ କେବେ ମୌସୁମୀ ପ୍ରବାହ ଆରମ୍ଭ ହେବ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଦେଶରେ ଚାଷୀ ଭାଇମାନେ ବିଶେଷ ଭାବେ ମୌସୁମୀ ଉପରେ ନିର୍ଭର କରି ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି। ତେଣୁ ମୌସୁମୀ ପହଂଚିବା ପରେ ଯାଇ ଚାଷୀ ଭାଇମାନେ ସେମାନଙ୍କ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଥାନ୍ତି। ପାଣିପାଗ ବିଭାଗର ପୂର୍ବନାନୁମାନ ମୁତାବକ ଯଦି ମୌସୁମୀ ଆସିବା ଡେରି ହୁଏ ତେବେ ଚାଷକାର୍ଯ୍ୟ ମଧ୍ୟ ବିଳମ୍ବ ହେବାର ସମ୍ଭାବନା ରହିଥିବା ସୂଚନା ରହିଛି।