ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟରେ ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର : ଆଜି ଦିନ ୧୦ଟା ରେ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟର ତଦାରକରେ ଆସିଥିଲେ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ। ବିନା କୌଣସି ସୂଚନାରେ ଅଚାନକ ନିର୍ଦ୍ଦେଶାଳୟରେ ପହଞ୍ଚିଥିବା ବେଳେ ସେଠାର କାର୍ଯ୍ୟସୂଚୀ ସମିକ୍ଷା କରିଥିଲେ ଶିକ୍ଷାମନ୍ତ୍ରୀ। ମନ୍ତ୍ରୀ ଅରୁଣଙ୍କ ସୂଚନା ଅନୁଯାୟୀ ଅଫିସର ସମସ୍ତ କର୍ମଚାରି ଠିକ୍ ସମୟରେ ଆସୁନଥିବା ଅଭିଯୋଗ ହୋଇଥିବା ବେଳେ କେହି କେହି ବିଳମ୍ବରେ ପହଞ୍ଚୁଥିବା ଜଣା ପଡିଛି। ଅଫିସର ବାୟୋ ମେଟିକ୍ ସିଷ୍ଟମ୍ କାର୍ଯ୍ୟ କରୁଥିବାରୁ ଏନେଇ ସମସ୍ତ ତଥ୍ୟ ସଷ୍ଟ ହୋଇଛି। ଖାଲି ସେତିକି ନୁହେଁ ଅନିୟମିତ ଭାବେ ଅଫିସକୁ ଆସୁଥିବା କର୍ମଚାରୀଙ୍କୁ ସମୟାନୁବର୍ତ୍ତି କରାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫ଟି ନୀତି ଅନୁଯାୟୀ ପରାମର୍ଶ ମଧ୍ୟ ଦେଇଥିଲେ ଶିକ୍ଷାମନ୍ତ୍ରୀ। ସରକାରଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷକ ବା ଅଣଶିକ୍ଷକ ଭୁବନେଶ୍ବର ଅଫିସକୁ ଆସି କୌଣସି ବିଶୃଙ୍ଖଳା କରୁନାହାନ୍ତି। କିନ୍ତୁ ଏହା ସତ୍ବେ ମଧ୍ୟ କୌଣସି ଫାଇଲଙ୍କୁ ପକାଇ ନରଖି ସମସ୍ତ ଅଭିଯୋଗକୁ ତୁରନ୍ତ ଜଣାଇବା ପାଇଁ ପରାମର୍ଶ ଦେଇଥିଲେ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ।