Odisha Link
Bridging the Missing Links in Odisha

ସେପ୍ଟେମ୍ବର ଶେଷ ସୁଦ୍ଧା ପ୍ରତି ଘରେ ବିଜୁଳି: ଶକ୍ତି ମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ପ୍ରତି ଘରେ ପହଞ୍ଚିବ ବିଜୁଳି। ବିଦ୍ୟୁତକରଣ ହେଇନଥିବା ଘର ଗୁଡ଼ିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ରାଜ୍ୟ ସରକାର। ଏନେଇ ଆଜି ସୂଚନା ଦେଇଛନ୍ତି ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ।

ବିଧାୟକ ପବିତ୍ର ସାଉଁଟା ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ଯେ ବିଦ୍ୟୁତକରଣ ହୋଇନଥିବା ଘରକୁ କେବେ ହେବ ବିଦ୍ୟୁତ ସଂଯୋଗ। ପ୍ରଶ୍ନର ଉତ୍ତର ରଖିଥିଲେ ଶକ୍ତି ମନ୍ତ୍ରୀ। ସେ କହିଥିଲେ, ସେପ୍ଟେମ୍ବର ଶେଷ ସୁଦ୍ଧା ରାଜ୍ୟର ପ୍ରତ୍ୟେକ ଲୋକଙ୍କ ଘରେ ପହଞ୍ଜି ବିଜୁଳି। ବିଦ୍ୟୁତକରଣ ହୋଇନଥିବା ଘର ଗୁଡିକୁ ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ବିଜୁଳି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏହାସହିତ ସବୁ ଘରକୁ ବିଜୁଳି ସଂଯୋଗ ପାଇଁ ଡିସକମକୁ ୪୧୫କୋଟି ଟଙ୍କା ଦେଇଛନ୍ତି ରାଜ୍ୟ ସରକାର।