ବାର କାନଉସିଲର ମୁଖ୍ୟଙ୍କୁ ଗୁଳି କରି ହତ୍ୟା

ଆଗ୍ରା: ଅପରାଧର ମାତ୍ରା ଦିନକୁ ଦିନ ଭାରତରେ ବଢିବାକୁ ଲାଗିଛି। ଆଜି ଆଗ୍ରାରେ ଘଟିଛି କିଛି ଏଭଳି ଘଟଣା। ଦୁଇ ଦିନ ତଳେ ଉତ୍ତର ପ୍ରଦେଶ ବାର କାଉନସିଲର ମୁଖ୍ୟ ଭାବେ ନିର୍ବାଚିତ ହୋଇଥିଲେ ଦରଭେଶ ଯାଦବ। ଆଜି ଶ୍ରୀମତୀ ଯାଦବଙ୍କୁ ଆଜି(ବୁଧବାର) ସର୍ବସମ୍ମୁଖରେ ଗୁଳି କରି ହତ୍ୟା କରାଯାଇଛି। ଆଗ୍ରା ଜିଲ୍ଲା କୋର୍ଟରେ ଏକ କାର୍ଯ୍ୟକ୍ରମରେ ଶ୍ରୀମତୀ ଯାଦବ ଯୋଗଦେବାକୁ ଆସିଥିବା ବେଳେ ମନୀଷ ନାମକ ଜଣେ ବ୍ୟକ୍ତି ତାଙ୍କୁ ଗୁଳି କରିଥିଲେ। ଏହାପରେ ମନୀଷ ନିଜ ଉପରକୁ ମଧ୍ୟ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ମନୀଷ ସ୍ଥାନୀୟ କୋର୍ଟର ଜଣେ ଓକିଲ ଥିବା ଜଣା ପଡ଼ିଛି। ତେବେ ତାଙ୍କୁ ଗୁରୁତର ଅବସ୍ଥାରେ ନିଟସ୍ଥ ହସ୍ପିଟାଲ୍କୁ ନିଆଯାଇଥିଲା। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ଆଗ୍ରା ଜିଲ୍ଲା କୋର୍ଟରେ ଆଜି ଶ୍ରୀମତୀ ଯାଦବଙ୍କ ପାଇଁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ସମୟରେ ହିଁ ମନୀଷ ତାଙ୍କୁ ଗୁଳି କରିଥିଲେ। ତେବେ ଗୁଳିକାଣ୍ଡର କାରଣ ସମ୍ପର୍କରେ ଜଣାପଡ଼ିନାହିଁ। ଏ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।