ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ଲକ୍ଷ ଦେଲେ ସାପୋରଜି ପାଲୋଞ୍ଜି ଗ୍ରୁପ୍

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ରାଶି ପ୍ରଦନା କରିଛି ସାପୋରଜି ପାଲୋଞ୍ଜି ଗ୍ରୁପ୍। ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ ଓ ପୁନରଦ୍ଧାର କାର୍ଯ୍ୟରେ ସହାୟତା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫୧ ଲକ୍ଷ ଟଙ୍କା ପ୍ରଦାନ କରିଛି ସାପୋରଜି ପାଲୋଞ୍ଜି ଗ୍ରୁପ୍। ସଚିବାଳୟରେ ଗୋପାଳପୁର ପୋର୍ଟ ନିର୍ଦ୍ଦେଶକ ସନ୍ଦୀପ ଅଗ୍ରଓ୍ବାଲ ଏବଂ ସାପୋରଜି ପାଲୋଞ୍ଜି ଗ୍ରୁପ୍ ଏଭିପି ଜଗଦୀଶ ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୫୧ ଲକ୍ଷ ଟଙ୍କାର ଏକ ଚେକ୍ ପ୍ରଦାନ କରିଛନ୍ତି।
ସାପୋରଜି ପାଲୋଞ୍ଜି ଗ୍ରୁପ୍ର ଏମ୍ଡ଼ି କହିଛନ୍ତି ଯେ, ଫନି ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳର ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଥିବା ରିଲିଫ୍ କାର୍ଯ୍ୟରେ ଆମେ ସହଯୋଗ କରିଛୁ ଏବଂ ତୃଣମୂଳ ସ୍ତରରେ ଥିବା ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରୟାସ କରିଛୁ।
ସୂଚନାଥାଉକି, ବାତ୍ୟା ଫନି ସମୟରେ ସାପୋରଜି ପାଲୋଞ୍ଜି ଗ୍ରୁପ୍ ପକ୍ଷରୁ ପୁରୀ ମେଡ଼ିକାଲରେ ବିଶୁଦ୍ଧ ଜଳ ଯୋଗାଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଗ୍ରୁପ୍ ପକ୍ଷରୁ ୧୦୦୦୦ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଏକ ଆକ୍ବାଗାର୍ଡ଼ ସିଷ୍ଟମ ପୁରୀ ମେଡ଼ିକାଲକୁ ଦିଆଯାଇଛି। ଆଗାମୀ ୫ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣବେକ୍ଷଣର ଦାୟିତ୍ବ ସାପୋରଜି ପାଲୋଞ୍ଜି ଗ୍ରୁପ୍ ନେଇଛି। ଏଥିସହିତ ମେ ୨୮ରୁ ୩୦ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ବିିଭିନ୍ନ ସ୍ଥାନରେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ସାପୋରଜି ପାଲୋଞ୍ଜି ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଥିଲା। ପୁରୀ ବ୍ଲକର ବିଭିନ୍ନ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ଲୋକଙ୍କୁ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ମଧ୍ୟ ପ୍ରଦାନ କରାଯାଇଥିଲା। ମହିଳାମାନଙ୍କୁ ସାନିଟାରୀ ନାପକିନ ମଧ୍ୟ ବଣ୍ଟନ କରାଯାଇଥିଲା। ଏଥି ସହିତ ସାପୋରଜି ପାଲୋଞ୍ଜି ଗ୍ରୁପ୍ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚି ତାଙ୍କର ସାହାଯ୍ୟ କରିଥିଲେ।
ଗୋପାଳପୁର ବନ୍ଦର ଉନ୍ନତି ଏବଂ ବିକାଶ ମାଧ୍ୟମରେ ରାଜ୍ୟର ଆର୍ଥନୈତିକ ଓ ବାଣିଜ୍ୟିକ ପ୍ରଗତି ପାଇଁ ସାପୋରଜି ପାଲୋଞ୍ଜି ଗ୍ରୁପ୍ ଉଦ୍ୟମ କରିଆସୁଛି।
Comments are closed.