ସମସ୍ୟା ଘେରରେ ଆଦିବାସୀ ଗ୍ରାମ

ମାଲକାନିଗିରି: ସ୍ୱାଧିନତାର ୭୨ ବର୍ଷ ପରେ ମଧ୍ୟ ପରାଧୀନତାର ସହ ଜୀବନ ଅତିବାହିତ କରୁଛନ୍ତି ଜନତା। ଏମିତି ଏକ ଗାଁ ଅଛି ଯେଉଁ ଗ୍ରାମର ନାମ ମଧ୍ୟ ସରକାରୀ ବାବୁଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ରାଜନେତା ମାନେ ଅଗଚୋର। ସମସ୍ୟାର କବର ଭିତରେ ଦଶନ୍ଧି ପରେ ଦଶନ୍ଧି ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ। ଗ୍ରାମକୁ ଯିବାକୁ ରାସ୍ତାଘାଟ ନାହିଁ । ଶିକ୍ଷା, ସ୍ୱାସ୍ଥ୍ୟ ଓ ବିଜୁଳି ଭଳି ଗୁରୁତ୍ୱପୂର୍ଣ୍ଣ ସୁବିଧାରୁ ବଞ୍ଚିତ ଏ ଗ୍ରାମବାସୀ। ନାନା ଅସୁବିଧାରେ ଜୀବନ ଅତିବାହିତ କରୁଛନ୍ତି ଗ୍ରାମବାସୀ । ଏଭଳି ଗାଁ ରହିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ପଶୁଗୁଡ଼ା ପଞ୍ଚାୟତର ଜିନେଲଗୁଡା ଠୁ ୪ କିମି ଦୂରରେ ଥିବା ଆଦିବାସୀ ଗାଁ କାମାରଗୁଡା।
ମୈାଳିକ ସୁବିଧାରୁ ବଞ୍ଚିତ:
ସ୍ୱାଧୀନତା ପାଇ ମଧ୍ୟ ପରାଧୀନ ହୋଇ ଜୀବନ ଅତିବାହିତ କରୁଛନ୍ତି କାମାର୍ ଗୁଡା ଗ୍ରାମର ଆଦିବାସୀ। ଏହି ଗ୍ରାମରେ ପହଁଞ୍ଚିବାକୁ ହେଲେ ନାଳ ପାହାଡ ରାସ୍ତ ଦେଇ ଯିବାକୁ ପଡ଼ିବ। ଉତ୍ତମ ସଡକ ପଥ ଏଠିକାର ଲୋକଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି। ସ୍ୱାସ୍ଥ୍ୟ ଅବସ୍ଥାର କଥା ନକହିଲେ ଭଲ। ଭଲ ସଡ଼କ ପଥ ନଥିବାରୁ ଗ୍ରାମବାସୀ ଗୁରୁତ୍ୱପୂର୍ଣ୍ଣ ସମୟରେ ସ୍ୱାସ୍ଥ୍ୟ ଅବସ୍ଥାରୁ ବଞ୍ଚିତ ହେଉଛନ୍ତି।ଦେହ କାହାର ଖରାପ ହେଲେ ଏମଭି ୭୯ ହସ୍ପିଟାଲ କିନ୍ତୁ ସେତିକି ଯାଏ ଯିବାକୁ ହେଲେ ଏମଭି ୯୯ ଯାଏ ଭାରରେ ବୁହା ହୁଅନ୍ତି ରୋଗୀ।ଏହି କାମାର୍ ଗୁଡା ଗାଁ ଠୁ ଏମଭି ୯୯ କୁ ବାଟ ପ୍ରାୟ ୮ କିମି।
ପିଇବା ପାଣି ଟିକେ ପାଇବା ଗ୍ରାମବାସୀଙ୍କ ପାଇଁ ସ୍ୱପ୍ନର କଥା। ଗ୍ରାମରେ ନଳକୂପ ଥିଲେ ମଧ୍ୟ ସେଥିରୁ ପାଣି ବାହରିବାର ନା ନାହିଁ । ପାଣି ପାଇଁ ଚୁଆ ଓ ନଦୀ ଉପରେ ନିର୍ଭରଶୀଳ ଗ୍ରାମବାସୀ । କିନ୍ତୁ ଗ୍ରାମରୁ ନଦୀର ଦୂରତା ହେଉଛି ପ୍ରାୟ ୪ କିମି । ଏଭଳି ଅବହେଳିତ ହୋଇ ପଡ଼ିଛନ୍ତି କାମାରଗୁଡା ଏବଂ ଆଖପାଖ ଗ୍ରାମର ଅଧିବାସୀ ।
ସରକାରୀ ଯୋଜନା ସାତ ସପନ:
ଉଭୟ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ଉନ୍ନତି ନିମନ୍ତେ ବହୁ ଯୋଜନା ଆରମ୍ଭ କରିଛନ୍ତି।
ଉଭୟ ସରକାର ଆଦିବାସୀଙ୍କ ବିକାଶ ନିମନ୍ତେ ପ୍ରଚୁର ଅର୍ଥ ମଞ୍ଜୁର କରୁଛନ୍ତି। କିନ୍ତୁ ସରକାରୀ ଫାଇଲରୁ ବାହାରି ପାରୁନି ସେ ଅନୁଦାନ। ପାହାଡ ଦେଇ ଜନଜାତି ଓ ଆଦିବାସୀ ଙ୍କ ପାଖରେ ପହଞ୍ଚି ବା ପୂର୍ବରୁ କେଉଁଠି ଯେମିତି ଉଭା ହେଇ ଯାଉଛି। ଦୁଇ ଦୁଇଟି ନାଲ ଖାଲ ଖମରା ରାସ୍ତା କାଦୁଅ ପଚ ପଚ ରାସ୍ତା ଦେଇ ପ୍ରାୟ ୧୫ କିମି ଅତିକ୍ରମ କରିବା ପରେ ପଶୁଗୁଡ଼ା ପଞ୍ଚାୟତ । ଯେଉଁଠି ପହଁଞ୍ଚିଲେ ମିଳେ ସରକାରୀ ଚାଉଳ କିରୋସିନି ଅବା ଭତ୍ତା। ଆଦିବାସୀ ମାନେ ଭାର ରେ କରି ଆଣନ୍ତି ରାସନ ସମଗ୍ରୀ। ଆଉ ଏପଟେ ଯେମିତି ଥିଲେ ସେମିତି ଅନ୍ଧାରି ଓ ଅଜଣା ମୂଳକରେ ପେଷି ହେଇଛନ୍ତି ଏ ଆଦିମ ଆଦିବାସୀ।