ଆଜମ ଖାନ୍ଙ୍କ ଅଶାଳୀନ ଟିପ୍ପଣୀକୁ ନେଇ ସଂସଦରେ ଝଡ଼

ନୂଆଦିଲ୍ଲୀ : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ଆଜି ସଂସଦରେ ଏକ ଅଶାଳୀନ ଟିପ୍ପଣୀ ରଖି କଡ଼ା ବିରୋଧର ସମ୍ମୁଖୀନ ହୋଇଛନ୍ତି। ଲୋକସଭାରେ ଆଜି ବାଚସ୍ପତି ଓମ୍ ବିର୍ଲାଙ୍କ ଅନୁପସ୍ଥିତିରେ ବିଜେପି ସାଂସଦ ରମା ଦେବୀ ଗୃହକାର୍ଯ୍ୟ ପରିଚାଳନା କରିଥିଲେ। ଗୃହରେ ତିନି ତଲାକ୍ ବିଲ୍ ଉପରେ ଆଲୋଚନା ହେବା ସମୟରେ ଆଜମ ଖାନ୍ ବିଜେପି ସାଂସଦ ରମା ଦେବୀଙ୍କୁ କହିଥିଲେ, ‘ତୁମ ଆଖିକୁ ଅନାଇଲେ ତୁମ ସହ କଥା ହେବା ଭଳି ଅନୁଭବ ହେଉଛି’। ତେବେ ରମା ଦେବୀ ଆଜମ ଖାନ୍ଙ୍କର ଏହି ଟିପ୍ପଣୀକୁ ବିରୋଧ କରିଥିଲେ । ପରେ ଆଜମ ନିଜ ଭୁଲ୍ ଘୋଡ଼ାଇବାକୁ ଯାଇ ରମା ଦେବୀଙ୍କୁ ଭଉଣୀ ସଦୃଶ ବୋଲି କହିଥିଲେ। କିନ୍ତୁ ଆଜମ ଖାନ୍ଙ୍କର ଏହି ବୟାନକୁ ଗୃହରେ ଜୋରଦାର ବିରୋଧ କରାଯାଇଥିଲା। ବିଜେପି ନେତାମାାନେ ଆଜମ ଖାନ୍ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ଦାବି କରିଥିଲେ। ପରେ ବାଚସ୍ପତି ଓମ୍ ବିର୍ଲା ମଧ୍ୟ ଆଜମ ଖାନ୍ଙ୍କୁ କ୍ଷମା ମାଗିବାକୁ କହିଥିଲେ।