ପାରାଦୀପ କୁଜଙ୍ଗରେ ପୋଲିସର ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଡ଼ନ୍ ଗୁରୁତର

ପାରାଦୀପ : ପାରାଦୀପ କୁଜଙ୍ଗ ପୋଲିସ ଏନକାଉଣ୍ଟର କରିଛି। ପୋଲିସ ଗୁଳିରେ ଦୁର୍ଦାନ୍ତ ଅପରାଧି ବିକ୍ରମ ପାଳ ଓରଫ ଡ଼ନ୍ ଗୁରୁତର ହୋଇଛି। ଡନ୍ ର ଗୋଡରେ ଦୁଇ ରାଉଣ୍ଡ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ କଟକ ସ୍ଥାନାନ୍ତର କରାଯାଇଛି । ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡିଆ ରାସ୍ତାରେ ରାହାଜାନି କରୁଥିବା ସମୟରେ ଏନକାଉଣ୍ଟର ହୋଇଛି । ପୂର୍ବରୁ ଡନ୍ ନାଁରେ ବିଭିନ୍ନ ଥାନାରେ ୪୦ ରୁ ଉର୍ଦ୍ଧ ମାମଲା ରହିଛି ।
ସୂଚନା ଅନୁସରେ, ଗତକାଲି ବିଳମ୍ବିତ ରାତିରେ ବାଲିତୁଠ କଙ୍କରଡ଼ିଆ ରାସ୍ତାରେ ଡନ୍ ବାଇକ୍ରେ ଯାଉଥିବା ନେଇ ପୁଲିସ୍ ଖବର ପାଇଥିଲା। ସଙ୍ଗେସଙ୍ଗେ ପୁଲିସ୍ ଓ ସ୍ୱତନ୍ତ୍ର ସ୍କ୍ୱାଡ୍ ତାକୁ ପିଛା କରିଥିଲେ। ପୁଲିସ୍କୁ ଦେଖି ଡନ୍ ଖସି ଯିବାକୁ ଚେଷ୍ଟା କରିଥିଲା। ତେବେ କିଛି ବାଟ ଗଲା ପରେ ସେ ପୁଲିସ୍ ଉପରକୁ ଗୁଳି ଚଳାଇବା ସହ ବୋମାମାଡ଼ କରିଥିଲା। ପୁଲିସ୍ ଏହାର ଜବାବ ଦେଇଥିଲା। ପାଲଟା ଗୁଳିମାଡ଼ରେ ଡନ୍ ଗୁରୁତର ହୋଇଛି। ଡନ୍ ସହ ମୁହାଁମୁହିଁ ସମୟରେ ପୁଲିସ ଏସ୍ଆଇ ସୁବ୍ରଜିତ୍ ଦାସ ଆହତ ହୋଇଛନ୍ତି।
ଡନ୍ ନାଁରେ ଦାଦାବଟି, ବୋମାମାଡ଼ ଓ ଲୁଟ୍ ଭଳି ୪୦ରୁ ଅଧିକ ମାମଲା ରହିଛି। ସେ ଏକାଧିକ ଥର ଜେଲ୍ ଯାଇ ଜାମିନରେ ମଧ୍ୟ ଆସିଛି। ସେ କିଛି ବଡ଼ ଧରଣର ଅପରାଧ କରିବାକୁ ଯୋଜନା କରୁଥିବା ନେଇ ପୁଲିସ୍ ପାଖରେ ସୂଚନା ଥିଲା। ସେଥିପାଇଁ ପୁଲିସ୍ ତାକୁ ଖୋଜୁଥିଲା।