ନୟାଗଡ଼: ଦ୍ବିତୀୟ ମହିଳା ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପୋମା ଟୁଡୁ

ନୟାଗଡ଼: ନୟାଗଡ଼ର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ ଆଇଏଏସ୍ ପୋମା ଟୁଡୁ। ସେ ଆଜି ଡ.ଏନ.ତିରୁମାଳା ନାୟକଙ୍କ ଠାରୁ ନୟାଗଡ଼ର ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କଲେ। ୨୫ତମ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ପୋମା ଟୁଡୁ। ମୃଣାଳିନୀ ଦର୍ଶୱାଲଙ୍କ ପରେ ପୋମା ଟୁଡ଼ୁ ହେଉଛନ୍ତି ଜିଲ୍ଲାର ଦ୍ୱିତୀୟ ମହିଳା ଜିଲ୍ଲାପାଳ।
ପୋମା ଟୁଡ଼ୁ ନୂଆପଡ଼ାର ଜିଲ୍ଲାପାଳ ଥିଲାବେଳେ ହାତରେ ବାଡ଼ି ଧରି ୪ କିଲୋମିଟର ଜଙ୍ଗଲ ଚଢି ଲୋକଙ୍କ ସୁବିଧା ଅସୁବିଧା ବୁଝିବା ଲାଗି ଯିବା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା।