ଯାତ୍ରା କଳାକାରଙ୍କୁ ହତ୍ୟା

ବାଲେଶ୍ୱର : ଭୋଗରାଇ ବ୍ଲକର ଏକ ଯାତ୍ରା ପାର୍ଟିର ଜଣେ କଳାକାରଙ୍କୁ ଶୁକ୍ରବାର ରାତିରେ ହତ୍ୟା କରାଯଇଛି। ସେ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ କଟିସାହି ଗ୍ରାମର ତ୍ରିଲୋଚନ ରଞ୍ଜିତ। ତ୍ରିଲୋଚନ ଉକ୍ତ ଯାତ୍ରା ପାର୍ଟିରେ ହାସ୍ୟ ଅଭିନେତା ଭାବେ ଅଭିନୟ କରୁଥିଲେ। ଶୁକ୍ରବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭୋଗରାଇ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ତ୍ରିଲୋଚନଙ୍କୁ ସୁନାଧର ବସାଣ ଗ୍ରାମର ଜଣେ ବ୍ୟକ୍ତି ପିଟି ପିଟି ହତ୍ୟା କରିଥିବା ଜଣାପଡିଛି। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଛି।