ଟ୍ରେନ୍ରେ କଟିଗଲା ଯୁବକଙ୍କ ଦୁଇ ଗୋଡ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ସୋର ଥାନା ଅଧିନ ଅଞ୍ଜି ଗ୍ରାମର ଜଣେ ଯୁବକଙ୍କ ଦୁଇ ଗୋଡ ଟ୍ରେନରେ କଟି ଯାଇଛି। ଗୁରୁତର ଆହତ ଯୁବକ ଜଣଙ୍କ ହେଲେ ଗୋବର୍ଦ୍ଧନ ସାହୁଙ୍କ ପୁଅ ଗୁଲସନ।
ମିଳିଥିବା ସୂଚନା ଅନୁସାରେ, ରାତି ପ୍ରାୟ ୧୧ଟା ୩୦ ସମୟରେ ବାଲେଶ୍ୱର ସୋମନାଥପୁର ନିକଟସ୍ଥ ରେଳ ଧାରଣା କଡରେ ଆଣ୍ଠୁ ତଳକୁ ୨ ଗୋଡ଼ ହରାଇ ଗୁଲସନ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ସ୍ଥାନୀୟ ଅଞ୍ଚଳର କିଛି ଯୁବକ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ମେଡିକାଲ ପଠାଇଥିଲେ। ତେବେ ତାଙ୍କ ଗୋଡ କେଉଁ ପରିସ୍ଥିତିରେ କଟିଛି ତାହା ସ୍ପଷ୍ଟ ଜଣାପଡିନାହାହିଁ। ଖବର ପାଇ ଘର ଲୋକେ ମେଡିକାଲରେ ପହଞ୍ଚିଥିଲେ। ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।