ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାର୍ଯ୍ୟଭାର ଗ୍ରହଣ କଲେ କ୍ରିଷନ କୁମାର

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଡକ୍ଟର କ୍ରିଷନ କୁମାର ଗୁରୁବାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ତ୍ତ ବିଭାଗର ସଚିବ ସହିତ ସେ ଏହି ହାୟିତ୍ବ ମଧ୍ୟ ତୁଲାଇବେ। ଗତ ୧୫ ତାରିଖରେ ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳ ବଦଳ ପରେ କ୍ରିଷନ କୁମାରଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଥିଲେ।
ଅନ୍ୟ ପକ୍ଷରେ ବରିଷ୍ଠ ପ୍ରଶାସକ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର କାର୍ଯ୍ୟକାରୀ ଅଧ୍ୟକ୍ଷ ଦାୟିତ୍ବ ତୁଲାଉଛନ୍ତି।