Odisha Link
Bridging the Missing Links in Odisha

ଟାଇମ୍‌ସ ଓ୍ବାର୍ଲ୍ଡ ର‍୍ୟାଙ୍କିଙ୍ଗରେ ସୋଆ

ଭୁବନେଶ୍ବର: ଟାଇମ୍‌ସ ଏଜୁକେସନ୍‌ ଓ୍ବାଲର୍ଡ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ ୨୦୨୦ରେ ୧୦୦୧ ପ୍ଲସ ବର୍ଗରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ ସ୍ଥାନ ପାଇଛି।
ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ସହ ଜଡ଼ିତ ଥିବା ୫ଟି ଦିଗକୁ ନେଇ ଏହି ର‍୍ୟାଙ୍କିଙ୍ଗ କରାଯାଇଥିଲା। ଶିକ୍ଷାଦାନ, ଗବେଷଣା, ସମ୍ବଳିତ ଲେଖା, ଶିଳ୍ପ ଆୟ ଏବଂ ଅନ୍ତର୍ଜାତିକ ଦୃଷ୍ଟିକୋଣ ଆଦି ମାପଦଣ୍ଡ ଗୁଡ଼ିକ ଏଥିରେ ସ୍ଥାନ ପାଇବା ପାଇଁ ରହିଥିଲା।
ଟାଇମ୍‌ସ ହାୟର୍‌ ଏଜୁକେସନ୍‌ ଓ୍ବାର୍ଲ୍ଡ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗରେ ସୋଆ ସମେତ ସ୍ଥାନ ପାଇଥିବା ଅନ୍ୟ ଭାରତୀୟ ବିଶ୍ବବିଦ୍ୟାଳୟ, ଆନ୍ଧ୍ର ବିଶ୍ବବିଦ୍ୟାଳୟ, ଆନ୍ନା ବିଶ୍ବବିଦ୍ୟାଳୟ, ଅନ୍ନାମଲାଇ ବିଶ୍ବବିଦ୍ୟାଳୟ, ବିର୍ଲା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ପାଲାନି, ଦିଲ୍ଲୀ ବୈଷୟିକ ବିଶ୍ବବିଦ୍ୟାଳୟ, କିଟ୍‌ ବିଶ୍ବବିଦ୍ୟାଳୟ, ମନିପାଲ୍‌ ଏକାଡ଼େମୀ ଅଫ୍‌ ହାୟର ଏଜୁକେସନ୍‌, ମୁମ୍ବାଇ ବିଶ୍ବବିଦ୍ୟାଳୟ, ମହୀଶୂର ବିଶ୍ବବିଦ୍ୟାଳୟ, ଶାସ୍ତ୍ର ବିଶ୍ବବିଦ୍ୟାଳୟ ଏବଂ ଏସ୍‌ଆର୍‌ଏମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମଧ୍ୟ ୧୦୦୧ ପ୍ଲସ୍‌ କ୍ୟାଟେଗୋରୀରେ ସ୍ଥାନ ପାଇଛି।
ସୂଚନାଯୋଗ୍ୟ ଯେ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁସନାଲ୍‌ ରାଙ୍କି ଫ୍ରେମ୍‌ ଓ୍ବାର୍କ ଦ୍ବାରା ୨୦୧୯ରେ ସର୍ବଭାରତୀୟ ରାଙ୍କିରେ ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୧୪ତମ ସ୍ଥାନରେ ଥିବା ବେଳେ ଏହା ଅଧିନସ୍ଥ ମେଡିକାଲ୍‌ କଲେଜ ଆଇଏମ୍ଏସ୍‌ ଆଣ୍ଡ ସମ୍‌ ହସ୍ପିଟାଲ୍‌ ୨୧ତମ ସ୍ଥାନରେ ଏବଂ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ୩୨ ତମ ସ୍ଥାନ ହାସଲ କରିଥିଲା। ଆମେ ବିଶ୍ବବିଦ୍ୟାଳୟର ସବୁ କ୍ଷେତ୍ରରେ ଆହୁରି ଉନ୍ନତି କରିବା ପାଇଁ ଚେଷ୍ଟା କରୁଛୁ। ଏହି ଉଦ୍ୟମ ଆଗାମୀ ଦିନରେ ଜାରି ରହିବ ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ।

Comments are closed.