Odisha Link
Bridging the Missing Links in Odisha

ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକିର୍ତ୍ତୀର ଭିନ୍ନ ପ୍ରୟାସ

ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ସାରା ଦେଶ ସମେତ ରାଜ୍ୟରେ ଖୁବ୍‌ ଧୁମଧାମରେ ପାଳନ କରାଯାଇଛି। ହେଲେ ଲୋପ ପାଉଥିବା ଇତିହାସ, ଓଡ଼ିଆ ପରମ୍ପରା, ଚାଲି ଚଳଣୀ ପରି ଅନେକ ଜିନିଷ ଧିରେ ଧିରେ ଲୋପ ପାଇବାକୁ ବସିଛି। ଯାହା ଆଗାମୀ ପିଢ଼ି ପାଇଁ ସଙ୍କଟ ସୃଷ୍ଟି କରିବ। ଏସବୁକୁ ନଜରରେ ରଖି ଓଡ଼ିଶାକିର୍ତ୍ତୀ ନାମକ ଏକ ସାମାଜିକ ଅନୁଷ୍ଠାନ ଗାନ୍ଧୀ ଜୟନ୍ତ୍ରୀ ଅବସରରେ ଲୋପ ପାଉଥିବା ତଥ୍ୟକୁ କିଭଳି ପୁଣିଥରେ ବିଶ୍ବ ଦରବାରରେ ପହଞ୍ଚାଇପାରିବେ ସେଥିପାଇଁ ଆରମ୍ଭ କରିଛି ଏକ ପ୍ରୟାସ।

ମାନସିକ ବିକଳାଙ୍ଗ ବକ୍ତିଙ୍କ ସ୍ବଚ୍ଛତା ଅସହାୟଙ୍କୁ ଖାଦ୍ୟ ବସ୍ତୁ ଆଦି ପ୍ରଦାନ କରିବା ସହ ଗାନ୍ଧୀଜୀଙ୍କ ୧୫୦ତମ ଜନ୍ମ ଉତ୍ସବ ପାଳନ ଅବସରରେ ବାଣୀବିହାର ବିଶ୍ବବିଦ୍ୟାଳୟ ପରିସରରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ଅନ୍ୟାନ୍ୟ କୃତି ଗଡ଼ିକୁ ବିଶ୍ବଦରବାରରେ ପହଞ୍ଚାଇବା ପାଇଁ ଓଡ଼ିଶାକିର୍ତ୍ତୀ ମର୍ମରେ ଏକ ସାମାଜିକ ଅନୁଷ୍ଠାନର ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି ଆଲୋଚନା ଚକ୍ରରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ, ସମାଜସେବୀ, ଆଇନଛାତ୍ରଛାତ୍ରୀ,ଅଧ୍ୟାପକ ଏବଂ ବୃଦ୍ଧିଜିବୀ ଉପସ୍ଥିତ ରହି ନିଜର ସ୍ବତନ୍ତ୍ର ମତାମତ ଉପସ୍ଥାପନ କରିଥିଲେ।

ଓଡ଼ିଶାକର୍ତ୍ତୀର ମୁଖ୍ୟ ମାନସ କୁମାର ପାଠୀ ଆମେ ଓଡ଼ିଆ ବୋଲି ଗର୍ବ କରିବାର ବହୁ ତଥ୍ୟ ପ୍ରଦାନ କରିଥିଲେ। ବିଶ୍ବ ଦରବାରରେ ଆମର ଅଜେୟ କିର୍ତ୍ତୀକୁ ପ୍ରଦର୍ଶନ କରିବାର କରିବାର ସମସ୍ତ ପ୍ରୟାସ ଓଡ଼ିଶାକିର୍ତ୍ତୀ ତରଫରୁ କରିବାର ଦୃଢ଼କ୍ତି ପ୍ରକାଶ କରିଥିଲେ ସଂସ୍ଥାର ସଂସ୍ଥାପକ ସତ୍ୟରଞ୍ଜନ ପଟ୍ଟନାୟକ। ଯୁବ ସଂଗଠକ କିର୍ତ୍ତୀ ରଞ୍ଜନ ମହାନ୍ତି ଯୁବ ବର୍ଗକୁ ଏହି ପ୍ରାୟାସରେ ନିଜର ସହଭାଗିତାକୁ ସୁଦୃଢ଼ କରିବାର ଆହ୍ବାନ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବବର୍ଗଙ୍କୁ ପ୍ରତିନିଧିତ୍ବ କରୁଥିବା ଦେବାଶିଷ, ହିମାଂସୁ, ନିର୍ଣ୍ଣୟ, ସୀତାଂଶୁ, ରାହୁଲ, ପ୍ରଦକ୍ତା, ପୂର୍ଣ୍ଣୀମା, ପୂର୍ଣ୍ଣୀମା ପ୍ରମୁତୀ ନିଜର ମତ ଉପସ୍ଥାପନ କରିଥିଲେ।

ଯୁବ ବ୍ୟଙ୍ଗବାର ଗିରିଶ ରଞ୍ଜନ ହାସ୍ୟ ବ୍ୟଙ୍ଗ ସାହିତ୍ୟ ସମ୍ବଳିତ ତଥ୍ୟ ପ୍ରଦାନ କରିଥିଲେ ଏବଂ ଏହି ଲକ୍ଷ୍ୟକୁ ସାଧାରଣରେ ପହଞ୍ଚିବାର ପ୍ରୟାସ କରିବାର ପ୍ରତିଶ୍ରୁତୀ ଦେଥିଲେ। ଏଭଳି ଏକ ପ୍ରୟାସରେ ଓଡ଼ିଶାର ଗୌରବମୟ ଗାଥାକୁ ସୁଦୃଢ଼ ପ୍ରସାରୀ ତଥା ବିଶ୍ବଦରବାରରେ ପହଞ୍ଚାଇବାର ପ୍ରୟାସକୁ ଭୂରି ଭୂରି ପ୍ରସଂସା କରିଥିଲେ ଆଞ୍ଚଳିକ ଭାଷା ଓ ସଂସ୍କୃତି ସୁରକ୍ଷା ମଞ୍ଚର ଅଧ୍ୟକ୍ଷ ଶାରଦା ପ୍ରସାଦ ମହାପାତ୍ର ଏବଂ ସଂଗଠନକୁ ସହଯୋଗ କରିବା ସହତି ପ୍ରଦାନ କରିଥିଲେ। ପରିଶେଷରେ ଅନୁଷ୍ଠାନ ତରଫରୁ ଲକ୍ଷ୍ମୀଧର ମହାପାତ୍ର ଧନ୍ୟବାଦ ଅର୍ପଣ କରିବା ସହ ଆଗକୁ ଏଥିରେ ସମସ୍ତ ଓଡ଼ିଆ ଜାତିର ସହଯୋଗ କାମନା କରିଥିଲେ।

Comments are closed.