Odisha Link
Bridging the Missing Links in Odisha

ଶବକୁ ମିଳିଲାନି କାନ୍ଧ

ନବରଙ୍ଗପୁର: ଦୀର୍ଘ ଦିନ ଧରି ଗାଁରେ ବିବାଦ ଲାଗିରହିଥିଲା। ତେବେ ବିବାଦ ପାଇଁ ଶେଷରେ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କାନ୍ଧ ଦେବାକୁ ବି କେହି ଆସିଲେନି। ଅନ୍ୟ ଉପାୟ ନ ପାଇ ନିଜ ମାଙ୍କର ମୃତଦେହକୁ ମଶାଣି ଯାଏଁ ସାଇକେଲରେ ବୋହିନେଲେ ଦୁଇ ଭାଇ। ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ମୋତି ଗାଁରେ କିଛି ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।
ମିଳିଥିବା ସୂଚନା ଅନୁସାରେ ଗତକାଲି ସନ୍ଧ୍ୟାରେ ଏହି ଗ୍ରାମର ମହିଳା ନୂଆଖାଇ ପାଣ୍ଡେଙ୍କର ମୃତ୍ୟୁ ହୋଇଥିଲା। ତେବେ ମହିଳାଙ୍କ ସଂସ୍କାର ପାଇଁ ଦୁଇ ପୁଅ ଗ୍ରାମବାସୀଙ୍କୁ କାକୁତିମିନତି ହୋଇଥିଲେ। କିନ୍ତୁ ପୂର୍ବରୁ ନୂଆଖାଇଙ୍କ ପରିବାର ସହ ଗ୍ରାମବାସୀଙ୍କର ବିବାଦ ଥିବା ଯୋଗୁଁ କେହି ବି ଆସିନଥିଲେ। ଶେଷରେ କୌଣସି ଉପାୟ ନ ପାଇ ଦୁଇ ପୁଅ ପୁସ୍ତମ ପାଣ୍ଡେ ଓ ଟେକ ପାଣ୍ଡେ ମା ର ମୃତଦେହକୁ ସାଇକେଲରେ ମଶାଣିକୁ ବୋହିନେଇଥିଲେ। ତେବେ ପୁରୁଣା ବିବାଦ ପାଇଁ ମୃତଦେହକୁ କାନ୍ଧ ନ ଦେବାକୁ ନେଇ ପ୍ରଶ୍ନ ଉଠିଛି।

Comments are closed.