ପର୍ଲ ହାର୍ବର ଗୁଳିକାଣ୍ଡରୁ ବର୍ତ୍ତିଲେ ଭାରତୀୟ ବାୟୁସେନା ଅଧ୍ୟକ୍ଷ

ୱାଶିଂଟନ: ଆଜି ସକାଳେ ଆମେରିକା ନୌସେନା ଏବଂ ଭାରତୀୟ ବାୟୁସେନାର ମିଳିତ ଘାଟି ପର୍ଲ ହାର୍ବର ହିକମ୍ରେ ଘଟିଛି ଗୁଳିକାଣ୍ଡ । ଗୁଳିକାଣ୍ଡ ସମୟରେ ଭାରତୀୟ ବାୟୁସେନା ଅଧ୍ୟକ୍ଷ ଆର.କେ.ଏସ. ଭଦୌରିଆ ସେଠାରେ ଉପସ୍ଥିତ ଥିବାବେଳେ ଏହି ଗୁଳିକାଣ୍ଡରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପ୍ରଥମେ ଶିପ୍ୟାର୍ଡରେ ମୁତୟନ ଜଣେ ବନ୍ଧୁକଧାରୀ ହଠାତ୍ ଗୁଳିବର୍ଷା ଆରମ୍ଭ କରିଥିବା ଜଣା ପଡିଛି। ଏଥିରେ ୩ ଜଣ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗୁଳିକାଣ୍ଡ ସ୍ଥାନରେ ଆମେରିକା ଗସ୍ତରେ ଥିବା ଭାରତୀୟ ବାୟୁସେନା ଅଧ୍ୟକ୍ଷ ନିଜ ଟିମ୍ ସହିତ ଉପସ୍ଥିତ ଥିଲେ। ଘଟଣା ପରେ ବନ୍ଧୁକଧାରୀ ଜଣକ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିଲେ। ଘଟଣା ପରେ ସମ୍ପୂର୍ଣ୍ଣ ଅଞ୍ଚଳକୁ ସିଲ୍ କରିଦିଆଯାଇଛି। ଓହୁ ସମୁଦ୍ର ତଟର ଦକ୍ଷିଣ ପାର୍ଶ୍ଵରେ ଏହି ପର୍ଲ ହାର୍ବର ଘାଟି ଅବସ୍ଥିତ। ଯାହା ବାୟୁସେନା ଏବଂ ନୌସେନାର ମିଳିତ ଘାଟି। ସୂଚନାଯୋଗ୍ୟ, ନିକଟରେ କିଛିଦିନ ମଧ୍ୟରେ ଆମେରିକାର ୱାଶିଂଟନ ଡିସି, ଟେକ୍ସାସ, ଓହିୟୋ ଏବଂ ଫ୍ଲୋରିଡା ସହିତ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟଣା ଘଟୁତିବା ବେଳେ ଏଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।