ଆଜି ସ୍ଥଳସେନା ପ୍ରତିଷ୍ଠା ଦିବସ

ନୂଆଦିଲ୍ଲୀ: ଭାରତୀୟ ସ୍ଥଳସେନାର ଆଜି ହେଉଛି ପ୍ରତିଷ୍ଠା ଦିବସ। ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳ ସେନା ଦିବସ ରୂପେ ପାଳନ କରାଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାର ସାହାସକୁ ସଲାମ କରିବା ସହ ଯବାନ ଏବଂ ତାଙ୍କ ପରିବାରକୁ ଶୁଭକାମନା ଜଣାଇଛନ୍ତି। ସେନାର ତ୍ୟାଗ ଓ ବଳିଦାନ ଉପରେ ସଭିଏଁ ଗର୍ବ କରିଥାଆନ୍ତି। ୧୨୫ କୋଟି ଲୋକମାନଙ୍କ ପାଇଁ ସେନା ନିଜ ଜୀବନକୁ ବାଜି ଲଗାଇଥାଆନ୍ତି। ଏହି ଅବସରରେ ଦିଲ୍ଲୀରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ।