Odisha Link
Bridging the Missing Links in Odisha

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଏନ୍‌ସିବି ରାଡାରରେ ଏହି ଅଭିନେତାମାନେ

ମୁମ୍ବାଇ: ବଲିଉଡରେ ‘ଡି’ ଲିଙ୍କ୍‌ ଗୁମର ଦିନକୁ ଦିନ ଖୋଲୁଛି। ବଡ଼ ବଡ଼ ସେଲିବ୍ରିଟି ଏହି ଡ୍ରଗ୍ସ ମାମଲାରେ ଦିନକୁ ଦିନ ଛନ୍ଦି ହେବାରେ ଲାଗିଛନ୍ତି। ପ୍ରଥମେ ବଡ଼ ବଡ଼ ହିରୋଇନ୍‌ ଏନ୍‌ସିବି ଜେରାର ସମ୍ମୁଖୀନ ହୋଇସାରିଥିବା ବେଳେ ଏବେ ବଲିଉଡ୍‌ ହିରୋଙ୍କ ପାଳି ପଡ଼ିବ ବୋଲି ସୂଚନା ମିଳିଛି। ଏହି ତାଲିକାରେ ସାହାରୁଖ ଖାନ୍‌, ରଣବୀର କାପୁର, ଡିନୋ ମୋରିଆ ଓ ଅର୍ଜୁନ୍‌ ରାମ୍‌ପାଲଙ୍କ ନାଁ ଯୋଡ଼ି ହୋଇଥିବା ଜଣାପଡ଼ିଛି। ଏନେଇ ଏକ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏନ୍‌ସିବିର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି ବଲିଉଡ୍‌ର ଏହି ବଡ଼ ବଡ଼ ତାରକାଙ୍କ ନାଁର ଖୁଲାସା କରିଛନ୍ତି।ଏହି ଅଭିନେତାମାନଙ୍କୁ ଏନ୍‌ସିବି ସମନ ପଠାଇପାରେ ବୋଲି ସୂଚନା ମିଳିଛି। ଏହି ଅଭିନେତାମାନଙ୍କ ନାମ S, R ଏବଂ A ରୁ ଆରମ୍ଭ ହୁଏ।

Comments are closed.