Odisha Link
Bridging the Missing Links in Odisha

ଗାଁ ଦାଣ୍ଡରେ ବିଧାୟିକା କୁସୁମ ଟେଟେ: ଚାଲିଛି ଜନଶୁଣାଣି

ସୁନ୍ଦରଗଡ଼: ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ଏବେ ଗାଁ ଗାଁରେ ଖୋଲାମଞ୍ଚ କରି ଜନଶୁଣାଣି କରୁଛନ୍ତି। ଗାଁକୁ ଗାଁ ବୁଲି ବୁଲି ବିଧାୟିକା ସିଧାସଳଖ ଲୋକଙ୍କ ସହିତ କଥା ହୋଇ ସେମାନଙ୍କ ସମସ୍ୟା ବୁଝୁଛନ୍ତି। ବିଧାୟିକାଙ୍କର ଏହି ଯୋଜନା ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରପାଲି ବ୍ଲକର ମେଗଡେଗା ପଞ୍ଚାୟତର ୯ଟି ରାଜସ୍ୱ ଗାଁରୁ ଆରମ୍ଭ ହୋଇଛି। ଲୋକଙ୍କ ଠାରୁ ସମସ୍ୟା ଶୁଣିବା ପରେ ବିଭାଗୀୟ ଅଧିକାରୀଙ୍କ ସହିତ ସେହି ସ୍ଥାନରୁ କଥା ହୋଇ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି ବିଧାୟିକା କୁସୁମ ଟେଟେ।

ପ୍ରାୟ ଅନେକ ସମୟରେ ଲୋକେ ସମସ୍ୟା ଜଣାଇବାକୁ ବିଧାୟକଙ୍କ ଭେଟ ପାଇନଥାନ୍ତି। ସାକ୍ଷାତ ବି ହୋଇପାରିନଥାଏ। କିନ୍ତୁ ଏବେ ବିଧାୟକ ନିଜେ ଆସୁଛନ୍ତି ଗାଁକୁ। ଲୋକଙ୍କ ନିକଟକୁ। କଥା ହେଉଛନ୍ତି, ସମସ୍ୟା ବୁଝୁଛନ୍ତି, ସମାଧାନ କରାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକେ ବେଶ୍ ଖୁସି ପ୍ରକାଶ କରିଛନ୍ତି।

Comments are closed.