Odisha Link
Bridging the Missing Links in Odisha

ମୋଦିଙ୍କ ଉପରେ ଆତଙ୍କୀ ଆକ୍ରମଣ ଆଶଙ୍କା

ନୂଆଦିଲ୍ଲୀ: ବିହାର ନିର୍ବାଚନୀ ରାଲିରେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆକ୍ରମଣ ଆଶଙ୍କା।ଆକ୍ରମଣ ଆଶଙ୍କାକୁ ନେଇ ସୁରକ୍ଷା ଏଜେନ୍ସି ଆଲର୍ଟରେ ରହିଛନ୍ତି। ନିଷିଦ୍ଧ ଖଲିସ୍ତାନୀ ଆତଙ୍କବାଦୀ ସଂଗଠନ ସହ ଜଡ଼ିତ ସଂସ୍ଥା ‘ଜଷ୍ଟିସ୍ ଫର୍ ଶିଖ୍’ର ମୁଖ୍ୟ ଗୁରପତୱନ୍ତ ସିଂହ ପନ୍ନୁ ପିଏମଙ୍କ ନିର୍ବାଚନ ସଭା ସହ ଅନ୍ୟ କାର୍ଯ୍ୟକ୍ରମରେ ଆକ୍ରମଣ ପାଇଁ ଯୋଜନା କରିଥିବ ସୂଚନା ମିଳିଛି। ଫଳରେ ବିହାରରେ ପିଏମ୍ ମୋଦିଙ୍କ ହେବାକୁ ସମସ୍ତ ନିର୍ବାଚନୀ ସଭାରେ ସୁରକ୍ଷା ବ୍ୟବସ୍ଥାକୁ ପୂର୍ବ ତୁଳନାରେ ଆହୁରି ମଜଭୁତ୍ ସହ କଡ଼ାକଡ଼ି କରାଯାଇଛି।

ଆତଙ୍କୀ ଆକ୍ରମଣ ଆଶଙ୍କାକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ୟୁନିଟ୍ ଲଗାତାର ବିହାର ୟୁନିଟର ଅଧିକାରୀଙ୍କ ସହିତ ସମ୍ପର୍କରେ ଅଛନ୍ତି। ଏବଂ ଜରୁରୀ ସୂଚନା ଆଦାନପ୍ରଦାନ କରୁଛନ୍ତି। ଏଥିସହ ବିହାରର ସ୍ଥାନୀୟ ପୋଲିସ ଅଧିକାରୀଙ୍କ ସହ ଗୁଇନ୍ଦା ଅଧିକାରୀ ମିଳୁଥିବା ସୂଚନା ସେୟାର କରୁଛନ୍ତି। କୌଣସି ଅଘଟଣକୁ ଏଡ଼ାଇବା ଲାଗି ସ୍ୱତନ୍ତ୍ର ଅପରେସନ୍ କରାଯାଉଛି। ନିଷିଦ୍ଧ ଆତଙ୍କୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ ବିରୋଧରେ କେନ୍ଦ୍ରୀୟ ଗୁଇନ୍ଦା ଏଜେନ୍ସି ସହ ସ୍ଥାନୀୟ ଗୁଇନ୍ଦା ଓ ପୋଲିସ ମଧ୍ୟ ନଜର ରଖିଛନ୍ତି।

ଖଲିସ୍ତାନୀ ଆତଙ୍କବାଦୀ ଓ ‘ଜଷ୍ଟିସ୍ ଫର୍ ଶିଖ୍’ ନାଁରେ ଅଭିଯାନ ଚଳାଇଥିବା ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ବହୁଦିନ ହେବ ଭାରତ ସରକାରଙ୍କ ବିରୋଧରେ ଦେଶ ବିରୋଧୀ କାର୍ଯ୍ୟକଳାପ ପାଇଁ ସୋସିଆଲ୍ ମିଡିଆ, ମେଲ, ମେସେଜ୍ ମାଧ୍ୟମରେ ଦେଶର ଯୁବକଙ୍କୁ ଉସୁକାଉଛି। ପନ୍ନୁ ପାକିସ୍ତାନ ପ୍ରରୋଚନାରେ ଆମେରିକାର ନ୍ୟୁୟର୍କ ସହରରେ ରହି ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି (ISI) ଇସାରାରେ ଭାରତରେ ଆତଙ୍କବାଦ ବୃଦ୍ଧି ଓ ଯୁବକଙ୍କୁ ବିପଥଗାମୀ କରିବା ଲାଗି ନିୟମିତ ଷଡ଼ଯନ୍ତ୍ର କରୁଛି।

Comments are closed.