Odisha Link
Bridging the Missing Links in Odisha

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋହନ ଭାଗବତ

ଭୁବନେଶ୍ୱର: ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ସୂଚନା ମୁତାବିକ,୫ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହି ସମୟରେ ସେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ମିଳିଛି। ସଂଘର ବିଭିନ୍ନ ବୈଠକରେ ଯୋଗ ଦେଇ ସାଂଗଠନିକ ବିଷୟ ଉପରେ ଆଲୋଚନା କରିବେ।

ଏଥିସହ କରୋନା ମହାମାରୀରେ ପୀଡିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ସଂଘ ଦ୍ୱାରା କରାଯାଇଥିବା ରାଜ୍ୟବ୍ୟାପୀ ସେବା କାର୍ଯ୍ୟର ସମୀକ୍ଷା କରିବେ। ସମ୍ଭାବ୍ୟ ତୃତୀୟ ଲହରର ମୁକାବିଲା ପାଇଁ ଆବଶ୍ୟକ ପ୍ରଶିକ୍ଷଣ ଏବଂ ପ୍ରସ୍ତୁତି ଉପରେ ମଧ୍ୟ ବିଚାର କରାଯିବ।