Odisha Link
Bridging the Missing Links in Odisha

ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ଼

ଖୋର୍ଦ୍ଧା: ମାନବବାଦୀ ସଂଗଠନର ଅମାନବୀୟ କାମ। ସଂଗଠନରେ ସାମିଲ ନ ହେବାରୁ ବାପ-ପୁଅଙ୍କୁ ବିବସ୍ତ୍ର କରି ନିସ୍ତୁକ ମାଡ଼। ମାଡ଼ ମାରିବାର ଦୃଶ୍ୟ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି। ହାତ ଗୋଡ଼ ବାନ୍ଧି ବିବସ୍ତ୍ର କରି ଠେଙ୍ଗାରେ ଦୁଇ ଜଣଙ୍କୁ ନିର୍ଘାତ ମାଡ଼ ମରାଯାଉଛି। ଘଟଣାଟି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗାଁର ବୋଲି ଜଣାପଡ଼ିଛି।

ମାଡ଼ ଖାଇଥିବା ବ୍ୟକ୍ତି ମାଗୁଣି ନାୟକଙ୍କ କହିବା ଅନୁସାରେ, ବେଗୁନିଆ ଅଞ୍ଚଳରେ ଏକ ବେଆଇନ ସଂଗଠନ ମୁଣ୍ଡ ଟେକିଛି। ସଂଗଠନର ନୀତି ନିୟମ ଯିଏ ନ ମାନୁଛି ତାକୁ ଏଭଳି ଦଣ୍ଡ ଭୋଗିବାକୁ ପଡ଼ୁଛି। ପୀଡ଼ିତ କହିଛନ୍ତି ,“ସକାଳ ପ୍ରାୟ ୧୦ଟା ସମୟରେ ମୋତେ ଓ ମୋ ପୁଅକୁ ସେମାନେ ଡାକି ନେଇଥିଲେ। ବାଟରେ ଆଣ୍ଠୁ ମାଡ଼ି ବସିବାକୁ କହିଥିଲେ। ତା’ପରେ ଆମକୁ ଏକ କୋଠଘରକୁ ନେଇଯାଇ ଦେହରୁ କପଡ଼ା କାଢ଼ି ଦେଇ ମାଡ଼ ମାରିଥିଲେ।”

ଅନ୍ୟପଟେ ସ୍ଥାନୀୟ ପୁଲିସ ପାଖରେ କୌଣସି ସୂଚନା ନାହିଁ, କି ଅଭିଯୋଗ ନାହିଁ ବୋଲି ବେଗୁନିଆ ଥାନା ଅଧିକାରୀ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କହିଛନ୍ତି, ସୋସିଆଲ ମିଡିଆରେ ଘୂରି ବୁଲୁଥିବା କ୍ଲିପ ସମ୍ପର୍କରେ କୌଣସି ଅଭିଯୋଗ ନାହିଁ। ତଥାପି ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏସପି କହିଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଏହି ମାନବବାଦୀ ସଂଗଠନ ପକ୍ଷରୁ କରଡ଼ଗାଡ଼ିଆ ଗାଁରେ ଜଣେ ଲୋକଙ୍କୁ ପିଟିପିଟି ମାରି ଦିଅଯାଇଥିବା ଅଭିଯୋଗ ହୋଇଥିଲା। ସେହି ଘଟଣାରେ ପୁଲିସ ୫ଜଣଙ୍କୁ ଗିରଫ କରିଥିଲା।

 

Leave A Reply

Your email address will not be published.