କାବୁଲ ବିମାନବନ୍ଦର ପରେ ଏବେ କଜାକିସ୍ତାନ ବିସ୍ଫୋରଣ, ୯ ମୃତ

କଜାକିସ୍ତାନ: ଗତକାଲି କାବୁଲ ବିମାନବନ୍ଦର ବାହାରେ ଆତ୍ମଘାତୀ ବିସ୍ଫୋରଣ ପରେ ଆଜି ପୁଣି ଏକ ବିସ୍ଫୋରଣର ଖବର ଆସିଛି। କଜାକିସ୍ତାନର ତରାଜ ସହରରେ ଥିବା ସେନା ଗୋଦାମରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ ଅନ୍ତର୍ଜାତୀୟ ଗଣମାଧ୍ୟମ ଏଏଫପି ତରଫରୁ ସୂଚନା ଦିଆଯାଇଛି।
ଗତକାଲି ରାତିରେ ଆଫଗାନିସ୍ତାନର କାବୁଲ ବିମାନବନ୍ଦର ବାହାରେ ଲଗାତର ଭାବେ ଦୁଇଟି ଭୟାନକ ବିସ୍ଫୋରଣ ହୋଇଥିଲା। ଏହି ବିସ୍ଫୋରଣ ପଛରେ ଆଇଏସଆଇଏସର ହାତ ଥିବା ତାଲିବାନ କହିଥିଲା। ବିସ୍ଫୋରଣରେ ୧୩ ଜଣ ଆମେରିକୀୟ ସେନା ପ୍ରାଣ ହରାଇଥିବା ବେଳେ ମୋଟ ୧୧୦ ଜଣ ନାଗରିକଙ୍କ ଜୀବନ ଯାଇଛି। ଆଫଗାନିସ୍ତାନରେ ଲୋକମାନେ ବିସ୍ଫୋରଣକୁ ନେଇ ଭୟରେ ଥିବ ବେଳେ ଏବେ ପୁଣି କଜାକିସ୍ତାନ ସେନା ଗୋଦାମରେ ବିସ୍ଫୋରଣ ଘଟି ୯ ଜଣଙ୍କ ଜୀବନ ଯାଇଛି।