Odisha Link
Bridging the Missing Links in Odisha

ଅକ୍ଟୋବର-ନଭେମ୍ବର ମଧ୍ୟରେ ପିକ୍‌ ଛୁଇଁ ପାରେ କରୋନା: ମନୀନ୍ଦ୍ର ଅଗ୍ରୱାଲ୍‌

ନୂଆଦିଲ୍ଲୀ: ଅକ୍ଟୋବର-ନଭେମ୍ବର ମଧ୍ୟରେ ପିକ୍‌ ଛୁଇଁ ପାରେ କରୋନା। ସେପ୍ଟେମ୍ବର ସୁଦ୍ଧା ଯଦି ଅଧିକ ଗୁଣସୂତ୍ର-କ୍ରମ ପରିବର୍ତ୍ତିତ ମାରାତ୍ମକ ଭୂତାଣୁ ଉତ୍ପତ୍ତି ହୁଅନ୍ତି ତେବେ, ଭାରତରେ ଅକ୍ଟୋବର ଓ ନଭେମ୍ବର ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣର ତୃତୀୟ ଲହର ଶିଖର ସ୍ପର୍ଶ କରିବାର ସମ୍ଭାବନା ଥିବା କଥା ‘ଆଇଆଇଟି-କାନପୁର’ର ବୈଜ୍ଞାନିକ ମନୀନ୍ଦ୍ର ଅଗ୍ରୱାଲ୍‌ କହିଛନ୍ତି।

ମନୀନ୍ଦ୍ର ଅଗ୍ରୱାଲ୍‌ କହିଛନ୍ତି, ଯଦି କୌଣସି ନୂତନ ଗୁଣସୂତ୍ର-କ୍ରମ ବିବର୍ତ୍ତିତ ଭୂତାଣୁ ଉତ୍ପନ୍ନ ନ ହୁଅନ୍ତି, ତା’ହେଲେ ପରିସ୍ଥିତି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଯଦି ତୃତୀୟ ଲହର ଶିଖର ସ୍ପର୍ଶ କରେ, ଦେଶରେ ଦୈନିକ ମାତ୍ର ୧ ଲକ୍ଷ ସଂକ୍ରମଣ ପରିଲକ୍ଷିତ ହେବ। କିନ୍ତୁ, ମେ ମାସରେ ଶିଖର ସ୍ପର୍ଶ କରିଥିବା ଦ୍ବିତୀୟ ଲହରରେ ଦୈନିକ ସଂକ୍ରମଣ ଥିଲା ୪ ଲକ୍ଷ। ଏଥିରେ ବ୍ୟାପକ ଜନତା ସଂକ୍ରମିତ ହେବା ସହ ହଜାର ହଜାର ମୃତ୍ୟୁବରଣ କରିଥିଲେ।

ଯଦି ଅଧିକ ଗୁଣସୂତ୍ର-କ୍ରମ ବିବର୍ତ୍ତିତ ‘ସାର୍ସ-କୋଭି୨’ ନୂଆ କରି ସଂକ୍ରମଣ ବିସ୍ତାର କରେ ତୃତୀୟ ଲହର ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଶିଖର ସ୍ପର୍ଶ କରିପାରେ ଏବଂ ଦେଶରେ ଦୈନିକ ସଂକ୍ରମଣ ସଂଖ୍ୟା ୧.୫ ଲକ୍ଷରୁ ୨ ଲକ୍ଷ ହେବ ବୋଲି ଗତ ମାସରେ ଏହି ମଡେଲ୍‌କୁ ଆଧାର କରି ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ, ଏଯାବତ୍‌ ‘ଡେଲ୍‌ଟା’ ଭଳି ଗୁଣସୂତ୍ର-କ୍ରମ ବିବର୍ତ୍ତିତ ଅଧିକ ଭୟାବହ ଭୂତାଣୁ ଆଉ ବାହାରି ନାହିଁ।

Leave A Reply

Your email address will not be published.