Odisha Link
Bridging the Missing Links in Odisha

ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସିଦ୍ଧାର୍ଥ, ମୁଖାଗ୍ନି ଦେଲେ ମା’

ମୁମ୍ବାଇ: ପଞ୍ଚତତ୍ତ୍ୱରେ ବିଲୀନ ହେଲା ସିଦ୍ଧାର୍ଥଙ୍କ ପାର୍ଥିବ ଶରୀର। ଗତକାଲି ହୃଦଘାତରେ ସିଦ୍ଧାର୍ଥଙ୍କର ଦେହାନ୍ତ ହୋଇଥିବା ବେଳେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଛି। ଓଶିବାରା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ବ୍ରହ୍ମକୁମାରୀ ରୀତିନୀତି ଅନୁଯାୟୀ ପ୍ରଥମେ ପୂଜାପାଠ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି।

ସିଦ୍ଧାର୍ଥଙ୍କ ମା’ ପୁଅକୁ ମୁଖାଗ୍ନି ଦେଇଛନ୍ତି। ପୁଅକୁ ମୁଖାଗ୍ନି ଦେବା ବେଳେ ମା’ଙ୍କ ହାତ ଥରିଯାଇଥିଲା। ଅନ୍ତିମ ସଂସ୍କାରରେ ସିଦ୍ଧାର୍ଥଙ୍କ ପରିବାର ସଦସ୍ୟଙ୍କ ଛଡା ତାଙ୍କର କିଛି ନିକଟ ବନ୍ଧୁ ଓ ସମ୍ପର୍କୀୟ ଉପସ୍ଥିତ ଥିଲେ। କିନ୍ତୁ ଜଣକୁ ଦେଖି ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ, ସେ ହେଲେ ଶେହନାଜ ଗିଲ୍।

ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ଶୁଣି ଶେହନାଜ ଭାଙ୍ଗି ପଡିଛନ୍ତି। ଶ୍ମଶାନ ଘାଟରେ ନଜର ଆସିଥିଲେ ଶେହନାଜ। ସେ ଏବେ ବି ବିଶ୍ୱାସ କରିପାରୁ ନାହାନ୍ତି ଯେ ସିଦ୍ଧାର୍ଥ ଆଉ ନାହାନ୍ତି।

ସିଦ୍ଧାର୍ଥଙ୍କ ମା’ ସ୍ୱାମୀଙ୍କୁ ହରାଇବା ପରେ ସିଦ୍ଧାର୍ଥ ଓ ଦୁଇ ଝିଅଙ୍କୁ ସେ ଏକା ପାଳିପୋସି ବଡ କରିଥିଲେ। ପିଲାଙ୍କୁ ପାଠ ପଢ଼ି ଭଲ ମଣିଷ କଲେ। କିନ୍ତୁ ଆଖି ସାମ୍ନାରେ ପୁଅ ଆରପାରିକୁ ଚାଲିଗଲା। ପୁଅ ଚାଲିଗଲା ପରେ ତାଙ୍କ ପରିବାର ଭାଙ୍ଗି ପଡିଛି।

Leave A Reply

Your email address will not be published.