Odisha Link
Bridging the Missing Links in Odisha

ପ୍ରକାଶ ପାଇଲା ଜେଇ ମେନ୍‌ ରେଜଲ୍ଟ

ନୂଆଦିଲ୍ଲୀ: ପ୍ରକାଶ ପାଇଲା ଜେଇ ମେନ୍‌ ରେଜଲ୍ଟ୨୦୨୧ ଫଳାଫଳ। ୪୪ ପରୀକ୍ଷାର୍ଥୀ ୧୦୦% ମାର୍କ ହାସଲ କରିଛନ୍ତି। ପ୍ରଥମ ରାଙ୍କରେ ମିଳିତ ଭାବେ ସ୍ଥାନ ପାଇଛନ୍ତି ୧୮ ପରୀକ୍ଷାର୍ଥୀ। ୪ଟି ପଯର୍ୟାୟରେ ହୋଇଥିବା ପରୀକ୍ଷା ଆଧାରରେ ରେଜଲ୍ଟ ପ୍ରକାଶିତ ହୋଇଛି। ଜେଇ ମେନ୍‌ ଫଳାଫଳ ଜାଣିବା ପାଇଁ ପରୀକ୍ଷାର୍ଥୀ ଅଫିସିଆଲ ୱେବ୍‌ସାଇଟ୍‌ jeemain.nta.nic.inକୁ ଯାଇ ଜାଣିପାରିବେ।

ପ୍ରଥମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୪ ଥର ପରୀକ୍ଷା ହୋଇଥିଲା। ଗତ ଫେବ୍ରୁଆରୀ, ମାର୍ଚ୍ଚ, ଜୁଲାଇ, ସେପ୍ଟେମ୍ବରରେ ୪ଟି ପରୀକ୍ଷା ହୋଇଥିଲା। ୧୨ଟି ଭାଷାରେ କମ୍ପ୍ୟୁଟର ବେସ୍‌ଡ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୯.୩୪ ଲକ୍ଷ ପରୀକ୍ଷାର୍ଥୀ ପ୍ରକାଶ ପାଇଲା ଜେଇ ମେନ୍‌ ରେଜଲ୍ଟ ପାଇଁ ନାମ ପଞ୍ଜୀକରଣ କରିଥିଲେ। JEE (ମେନ୍)ରୁ ୨.୪୫ ଲକ୍ଷ ପରୀକ୍ଷାର୍ଥୀ JEE (ଆଡଭାନ୍ସଡ) ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। IITରେ ନାମଲେଖା ପାଇଁ JEE (ଆଡଭାନ୍ସଡ) ପରୀକ୍ଷା ଅକ୍ଟୋବର ୩ରେ ହେବ।

Leave A Reply

Your email address will not be published.