Odisha Link
Bridging the Missing Links in Odisha

ବିଦ୍ୟାଳୟ ରୂପାନ୍ତରଣ: ଶ୍ରେଣୀଗୃହରେ ବସିଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି

ବ୍ରହ୍ମପୁର: ସ୍ମାର୍ଟ ଶ୍ରେଣୀଗୃହରେ ବସିଲେ। ପିଲାଙ୍କ ସହ କିଛି କଥା ହେବା ସହ କିଛି ସମୟ ଅତିବାହିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକକ। ବିଦ୍ୟାଳୟ ରୂପାନ୍ତରଣ ହେବା ପରେ ପ୍ରଥମ ଥର ପାଇଁ ସ୍କୁଲ ପରିଦର୍ଶନ କରିବା ସହ ଶ୍ରେଣୀ ଗୃହରେ ବସିଲେ ନବୀନ।

ଦିନିକିଆ ଗଞ୍ଜାମ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ସ୍କୁଲ ବୁଲି ଦେଖିଛନ୍ତି । ହିଞ୍ଜିଳିକାଟୁ ସରକାରୀ ହାଇସ୍କୁଲ ବୁଲି ଦେଖିବା ସହ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀଙ୍କ ସହ ସମୟ ଅତିବାହିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ପିଲାଙ୍କ ସହ ବାର୍ତ୍ତାଳାପ କରିଛନ୍ତି। କିଭଳି ପାଠପଢ଼ା ହେଉଛି ପଚାରି ବୁଝିଛନ୍ତି ସେ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସ୍କୁଲର ଜଣେ ଛାତ୍ର ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଫଟୋ ଚିତ୍ର ଉପହାର ଦେଇଥିଲେ। ଫଟୋ ଚିତ୍ର ଉପହାର ପାଇ ମୁଖ୍ୟମନ୍ତ୍ରୀ କହିଥିଲେ ଭେରି ନାଇଇସ୍‌। ଶ୍ରେଣୀଗୃହରେ ପିଲାଙ୍କ ସହ କିଛି ସମୟ ବସିବା ପରେ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବିଜ୍ଞାନାଗାର ଓ ଲାଇବ୍ରେରୀ ବୁଲି ଦେଖିଥିଲେ।

Leave A Reply

Your email address will not be published.