Odisha Link
Bridging the Missing Links in Odisha

ଅଚିହ୍ନାଙ୍କୁ ଫଟୋ ଦେଇ ବାଣ୍ଟୁଛନ୍ତି ‘ଟିକିଏ ଖୁସି’

ଟଙ୍କା, ପଇସାରେ ନୁହେଁ କି କାହାକୁ ଖାଇବା ପିଇବା ଦେଇ ନୁହେଁ ବରଂ ସେ ଫଟୋରେ ଫଟୋରେ ବାଣ୍ଟୁଛନ୍ତି ଖୁସି। ଅଜଣା ଜାଗାରେ ଅଜଣା ଲୋକଙ୍କ ଫଟୋ ଉଠାଉଛନ୍ତି ରଞ୍ଜନ।

ଭୁବନେଶ୍ବର: ସମସ୍ତଙ୍କ ପରି ସେ ବି ଜଣେ ସାଧାରଣ ବ୍ୟକ୍ତିତ୍ବ। ହେଲେ ସମାଜର ଭିଡ଼ ଭିତରୁ ସେ ଟିକେ ଅଲଗା। ଶିକ୍ଷକତା ତାଙ୍କର ପେଶା ଆଉ ଫଟୋ ଉଠାଇବା ଏକ ନିଶା। ଆଉ ଉଭୟକୁ ପାଥେୟ କରି ସମସ୍ତଙ୍କ ମୁହଁରେ ହସ ଫୁଟାଇବା ହେଉଛି ତାଙ୍କର ଏକମାତ୍ର ଲକ୍ଷ୍ୟ। ଆଉ ଏଥିପାଇଁ ସେ କୁହନ୍ତି ଟିକିଏ ଖୁସି। ଆମେ ଆପଣଙ୍କୁ ଯୋଗ ଶିକ୍ଷକ ରଞ୍ଜନ କୁମାର ପାତ୍ରଙ୍କ ବିଷୟରେ କହୁଛୁ।

ଟଙ୍କା, ପଇସାରେ ନୁହେଁ କି କାହାକୁ ଖାଇବା ପିଇବା ଦେଇ ନୁହେଁ ବରଂ ସେ ଫଟୋରେ ଫଟୋରେ ବାଣ୍ଟୁଛନ୍ତି ଖୁସି। ଅଜଣା ଜାଗାରେ ଅଜଣା ଲୋକଙ୍କ ଫଟୋ ଉଠାଉଛନ୍ତି ରଞ୍ଜନ। କଥା ସେତିକିରେ ଅଟକିନି। ରଞ୍ଜନ ଉଠେଇଥିବା ଫଟୋକୁ ବନ୍ଧେଇ କରି ସେହି ବ୍ୟକ୍ତିଙ୍କୁ ଉପହାର ମଧ୍ୟ ଦେଉଛନ୍ତି।

ଭଦ୍ରକ ଶହୀଦ ନଗରର ରାମହରି ପାତ୍ର ଓ ସ୍ବର୍ଗତ ସେବତୀ ପାତ୍ରଙ୍କ ପୁଅ ହେଉଛନ୍ତି ରଞ୍ଜନ। ଯିଏକି ଏବେ ଖୋର୍ଦ୍ଧା ଆଦର୍ଶ ବିଦ୍ୟାଳୟରେ ଯୋଗ ଶିକ୍ଷକ ଭାବେ କାର୍ଯ୍ୟରତ। ଶିକ୍ଷକତା ତାଙ୍କ ପେଶା ହେଲେ ଫଟୋ ଉଠାଇବା ତାଙ୍କର ନିଶା ପାଲଟିଯାଇଛି। ଫଟୋ ଉଠାଇ ଅଜଣା ଲୋକଙ୍କୁ ଫ୍ରେମ୍‌ ଦେଇ ଚର୍ଚ୍ଚାରେ ରହିଥିବା ରଞ୍ଜନ ଏବେ ପୁଣି ଚର୍ଚ୍ଚାରେ ।

ନିକଟରେ ଭୁବନେଶ୍ବର ରାଜମହଲରେ ୨ ଜଣ ଭିନ୍ନକ୍ଷମ ବୟସ୍କ ବ୍ୟକ୍ତି ରାସ୍ତା ପାରି ହେବାକୁ ଚାହୁଁଥିଲେ। ହେଲେ ସେ ରାସ୍ତା ପାରି କରି ପାରୁନଥିଲେ। ବାଟରେ କେତେ ଲୋକ ଯିବା ଆସିବା କରୁଥିଲେ ହେଲେ ତାଙ୍କୁ କେହି ବି ସାହାଯ୍ୟର ହାତ ବଢ଼ାଉନଥିଲେ। ଜଣେ କର୍ତ୍ତବ୍ୟରତ ଟ୍ରାଫିକ୍‌ ପୁଲିସଙ୍କ ନଜର ବୃଦ୍ଧଙ୍କ ଉପରେ ପଡ଼ିିଥିଲା। ଆଉ ପୁଲିସ କର୍ମଚାରୀ ଜଣଙ୍କ ଭିନ୍ନକ୍ଷମ ବୃଦ୍ଧଙ୍କ ହାତ ଧରି ରାସ୍ତା ପାର କରାଇଥିଲେ। ଆଉ ଠିକ୍‌ ଏହି ମୁହୁର୍ତ୍ତକୁ କ୍ୟାମେରା ଲେନ୍ସରେ କଏଦ କରିଥିଲେ ରଞ୍ଜନ। ଆଉ ରଞ୍ଜନ ପରବର୍ତ୍ତି ସମୟରେ ସେହି ସମୟର ଏକ ଫଟୋକୁ ଫ୍ରେମ କରି ମାନବିକତା ଦେଖାଇଥିବା ପୁଲିସ ବାବୁଙ୍କୁ ଉପହାର ଭେଟି ଦେଇଛନ୍ତି। ଯାହା ଦେଖି ଖୁସି ହୋଇଛନ୍ତି କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ଜଣକ।

୨୦୨୦ ଜୁନ୍‌ ମାରୁ ରଞ୍ଜନ ଏମିତି ଖୁସି ସାଉଁଟିବାର ପର୍ବ ଆରମ୍ଭ କରିଛନ୍ତି। ଏପରିକି ଏହାକୁ ସେ ଏକ ଅଭିଯାନ ରୂପେ ଆରମ୍ଭ କରିଛନ୍ତି। ଆଉ ତାର ନାଁ ଦେଇଛନ୍ତି ‘ଟିକିଏ ଖୁସି’। ଆଉ ରଞ୍ଜନଙ୍କ ଏହ ନିଆରା ପ୍ରୟାସକୁ ସମସ୍ତେ ପ୍ରଶଂସା ମଧ୍ୟ କରୁଛନ୍ତି।

Leave A Reply

Your email address will not be published.