Odisha Link
Bridging the Missing Links in Odisha

୧୦୬ ବର୍ଷ ବୟସ୍କ ଗୋପୀନାଥ ସ୍ବାଇଁଙ୍କୁ ପଦ୍ମଶ୍ରୀ ପୁରସ୍କାର

ଓଏଲ୍‌ ବ୍ୟୁରୋ: ୭୫ ତମ ସାଧାରଣତନ୍ତ୍ର ଦିବସ ପୂର୍ବରୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି ଭାରତ ସରକାର। ଚଳିତଥର ମୋଟ ୧୩୨ ଜଣଙ୍କୁ ପଦ୍ମ ପୁରସ୍କାର ପାଇଁ ମନୋନୀତି କରାଯାଇଛି। ୫ ଜଣ ପଦ୍ମ ବିଭୂଷଣ, ୧୭ ଜଣ ପଦ୍ମଭୂଷଣ ଏବଂ ୧୧୦ ଜଣ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେବେ। ୧୩୨ ଜଣଙ୍କ ମଧ୍ୟରେ ୩୦ ଜଣ ମହିଳା ସ୍ଥାନ ପାଇଥିବା ବେଳେ ୮ ଜଣ ବିଦେଶୀ ଏବଂ ୯ଟି ମରୋଣତତ୍ତର ରହିଛି।

ଓଡ଼ିଶାରୁ ୪ ଜଣ ପଦ୍ମଶ୍ରୀ ପୁରସ୍କାର ପାଇବେ। କଳା କ୍ଷେତ୍ରରେ ଓଡ଼ିଶାର ଲୋକନାଟକ କୃଷ୍ଣ ଲୀଳାର ସଂଗୀତକାର ଗୋପୀନାଥ ସ୍ବାଇଁ ପାଇବେ ୨୦୨୪ ପଦ୍ମ ପୁରସ୍କାର। ସେହିପରି କଳା କ୍ଷେତ୍ରରେ ଓଡ଼ିଶାର ଭଗବତ ପ୍ରଧାନ ମଧ୍ୟ ପାଇବେ ପଦ୍ମଶ୍ରୀ ପୁରସ୍କାର। ଲୋକତୃତ୍ୟ ‘ଶବ୍ଦ ନୃତ୍ୟ’ର ବିଶିଷ୍ଟ କଳାକାର ଭାବେ ସେ ବେଶ ପରିଚିତ। ସେହିପରି ବିନୋଦ କୁମାର ପଶାୟତ ଓ ବିନୋଦ ମହାରଣା ମଧ୍ୟ ପଦ୍ମଶ୍ରୀ ପୁରସ୍କାର ପାଇଛନ୍ତି|

ଗୋପୀନାଥ ସ୍ୱାଇଁ ଓଡ଼ିଆ ଲୋକ ଗୀତ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ୧୯୧୮ ମସିହାରେ ଜନ୍ମିତ ଗୋପୀନାଥ ସ୍ବାଇଁ ପିଲାଟି ବେଳୁ କୃଷ୍ଣା ଲୀଳା ଶିଖିବାକୁ ଆଗ୍ରହ ଦେଖାଇଥିଲେ। ମାତ୍ର ୧୦ ବର୍ଷ ବୟସରୁ ହିଁ ସେ କୃଷ୍ଣା ଲୀଳା ଶିଖିବା ଆରମ୍ଭ କରିଥିଲେ। ପରେ ସେ ଗୀତ ଗାଇବା ସହିତ କୃଷ୍ଣଙ୍କ ଅଭିନୟ କରିବା ଆରମ୍ଭ କରିଥିଲେ। ୧୦୬ ବର୍ଷୀୟ ଗୋପୀନାଥ ସ୍ୱାଇଁ ପାଞ୍ଚଟି ପ୍ରାଚୀନ ରାଗରେ ଗାଇବା ସହ ଶିକ୍ଷା ଦେଇଛନ୍ତି। ଦକ୍ଷିଣଶ୍ରୀ, ଚିନ୍ତା, ଦେଶକ୍ଷା, ତୋଡ଼ି ଭତିଆରି, କୁମ୍ଭ କାମୋଡି ପରି ପାଞ୍ଚଟି ରାଗରେ ଲୋକ ଗୀତ ଗାନ କରୁଥିଲେ। ସେ ଆଖାଡ଼ା (ପାରମ୍ପାରିକ ଗ୍ରାମ୍ୟ ସ୍କୁଲ) ସ୍ଥାପନ କରି ଶତାଧିକଙ୍କୁ ଏହା ଉପରେ ଶିକ୍ଷା ଦେଇଛନ୍ତ । ବୃଦ୍ଧାବସ୍ଥା ସତ୍ତ୍ୱେ ସେ ନିଜ କାମରୁ କେବେ ବି ଦୂରେଇ ନାହାନ୍ତି।

ସେହିପରି ବରଗଡ଼ର ଶବ୍ଦ ନାଚ ଲୋକ ନୃତ୍ୟକୁ ଦୀର୍ଘ ୫ ଦଶନ୍ଧି ଧରି ସଂରକ୍ଷିତ କରିବାରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସରକାର ଭାଗବତ ପ୍ରଧାନଙ୍କୁ ଏହି ସମ୍ମାନ ପାଇଁ ଚୟନ କରିଛନ୍ତି । ୮୫ ବର୍ଷୀୟ ଭାଗବତ ନିଜ ଜୀବନ କାଳରେ ୬୦୦ରୁ ଅଧିକ ଜଣଙ୍କୁ ନୃତ୍ୟ ଶିକ୍ଷା ଦେଇଛନ୍ତି।୧୯୬୦ ମସିହାରେ ପ୍ରାଥମିକ ଶକ୍ଷିକ ଭାବେ କାର୍ଯ୍ୟ କରୁଥିଲେ।ଏହି ସମୟରେ ସେ ବହୁ ଆର୍ଥିକ ସମସ୍ୟାର ସାମନା କରିବା ସତ୍ତ୍ୱେ ଏହି ଲୋକ ନୃତ୍ୟକୁ ବଞ୍ଚାଇ ରଖିବା ପ୍ରତି କେବେ ଅବହେଳା କରି ନାହାନ୍ତି।

Leave A Reply

Your email address will not be published.