Odisha Link
Bridging the Missing Links in Odisha

୬୦ ବର୍ଷର ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ

ଓଏଲ୍‌ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ ମ୍ୟାଚରେ ନୂଆ କୀର୍ତ୍ତିମାନ ହାସଲ କଲେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟସମ୍ୟାନ୍‌ ଯଶ୍ବସୀ ଜୟସ୍ବାଲ। ଟେଷ୍ଟ କ୍ୟାରିୟର ପ୍ରଥମ ଦ୍ବିଶତକ ହାସଲ କରିଛନ୍ତି ଯଶ୍ବସୀ। ଏଥିସହିତ ସହ ବିଶ୍ୱ ରେକର୍ଡ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ଏହି କ୍ରମରେ ଯଶସ୍ୱୀ ୬୦ ବର୍ଷ ତଳର ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି।

ବିଶାଖାପାଟଣାରେ ଖେଳାଯାଉଥିବା ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଏହି ରେକର୍ଡ କରିଛନ୍ତି ଯଶସ୍ୱୀ। ଗତକାଲି ମ୍ୟାଚ୍ ଆରମ୍ଭ ହୋଇଥିବା ବେଳେ ସେ ୧୭୯ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁନଃ ପାଳି ଆରମ୍ଭ କରି କ୍ୟାରିଆରର ଦ୍ୱିତୀୟ ଦ୍ୱିଶତକ ହାସଲ କରିନେଇଛନ୍ତି। ସେ ୨୦୯ ରନ୍‌ କରି ଆଉଟ୍‌ ହୋଇଛନ୍ତି।

Leave A Reply

Your email address will not be published.