ଝାରସୁଗୁଡ଼ା: ଜିତିଲେ ଟଙ୍କଧର, ହାରିଲେ ଦୀପାଳି

ଓଏଲ୍ ବ୍ୟୁରୋ: ରୋଚକ ସ୍ଥିତିରେ ଓଡ଼ିଶା ରାଜନୀତି। ଚଳିତ ନିର୍ବାଚନରେ ବିଜେଡ-ବିଜେପି ମଧ୍ୟରେ ଚାଲିଛି କଡ଼ା ଟକ୍କର। ବର୍ତ୍ତମାନ ସୁଦ୍ଧା ମିଳିଥିବା ଖବର ଅନୁଯାୟୀ, ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ଝାରସୁଗୁଡ଼ାରେ ବିଜେଡି ପ୍ରାର୍ଥିନୀ ଦୀପାଳି ଦାସଙ୍କୁ ପଛରେ ପକାଇ ବାଜିମାତ କରିଛନ୍ତି ଟଙ୍କଧର ତ୍ରିପାଠୀ। ବର୍ତ୍ତମାନ ଥିବା ବିଧାୟିକାଙ୍କୁ ହରାଇଛନ୍ତି ଟଙ୍କଧର ତ୍ରିପାଠୀ। ସେ ୧ ହଜାର ୩୨୨ ଖଣ୍ଡ ଭୋଟରେ ଦୀପାଳିଙ୍କୁ ହରାଇଥିବା ସୂଚନା ରହିଛି।