Odisha Link
Bridging the Missing Links in Odisha

ଫସିବେ ଆଇପିଏସ୍ ଆଶିଷ ସିଂହ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ ନେଇଥିଲେ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ କମିଶନର। ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟରେ ଉଲ୍ଲେଖ ରହିଛି ଯେ ଆଇପିଏସ୍‌ ଆଶିଷ ସିଂହ ଶାରୀରିକ ଓ ମାନସିକ ଭାବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ନିର୍ବାଚନ ଚାଲିଥିବା ସମୟରେ ଛୁଟିରେ ଥିବା ଆଇପିଏସ୍‌ ଆଶିଷ ସିଂହଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଭୁବନେଶ୍ବର ଏମ୍ସରେ ହୋଇଥିବା ସ୍ବାସ୍ଥ୍ୟ ଯାଞ୍ଚ ରିପୋର୍ଟ ଅନୁଯାୟୀ, ଆଇପିଏସ୍‌ ଆଶିଷ ସିଂ ସମ୍ପୂର୍ଣ୍ଣ ଭାବେ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଅଛନ୍ତି। ମିଛରେ ଛୁଟିରେ ଥିବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଉଲ୍ଲେଖ କରିଚନ୍ତି ନିର୍ବାଚନ କମିଶନର।

ସୂଚନାଥାଉକି, ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ ଛୁଟିରେ ଥିଲେ ଆଇପିଏସ୍‌ ଆଶିଷ ସିଂହ। ମାତ୍ର ସେ ନିର୍ବାଚନୀ କାର୍ଯ୍ୟରେ ସଂପୃକ୍ତ ଥିବା ନେଇ ଅଭିଯୋଗ ହୋଇଥିଲା।