Odisha Link
Bridging the Missing Links in Odisha

ଟି-୨୦ ବିଶ୍ବକପ୍‌: ଭାରତ କିମ୍ବା ଆୟରଲାଣ୍ଡଠୁ ଆମେରିକା ଜିତିଲେ ପାକିସ୍ତାନ ଆଉଟ୍‌

ଓଏଲ୍‌ ବ୍ୟୁରୋ: ପାକିସ୍ତାନକୁ ଯେଉଁ ଭୟ ଘାରୁଥିଲା ଶେଷକୁ ସେୟା ହେଲା। ଗ୍ରୁପ୍‌ ଷ୍ଟେଜରେ ଆମେରିକା ପରେ ଭାରତଠୁ ପରାଜିତ ହେଲା ପାକିସ୍ତାନ। ଲଗାତାର ୨ଟି ହାର ପରେ ଚଳିତ ଟି-୨୦ ବିଶ୍ବକପ୍‌ରେ ପାକିସ୍ତାନର ଯାତ୍ରାରେ ଅନ୍ତ ପଡ଼ିପାରେ। ଏବେ ପାକିସ୍ତାନ ଟିମ୍‌ର ଭବିଷ୍ୟତ ଆୟରଲାଣ୍ଡ ଓ ଭାରତର ହାର ଜିତ ଉପରେ ଅଟିକି ରହିଛି। ଆମେରିକା ବିପକ୍ଷ ମ୍ୟାଚରେ ଯଦି ଭାରତ କିମ୍ବା ଆୟରଲାଣ୍ଡ ମଧ୍ୟରୁ ଯେକୌଣସି ଦଳ ପରାଜିତ ହୁଏ ତେବେ ପାକିସ୍ତାନର ବିଶ୍ବକପ୍‌ ସ୍ବପ୍ନ ଧୂଳିସାତ ହୋଇଯିବ। ଅର୍ଥାତ୍‌ ଚଳିତ ବିଶ୍ବକପ୍‌ ୨୦୨୪ରୁ ଦଳ ବାଦ ପଡ଼ିବ।

ପାକିସ୍ତାନ ଟିମ୍‌ ଟି-୨୦ ବିଶ୍ବକପ୍‌ରେ ସବୁଠୁ ଅଧିକ ୬ଥର ପାଇଁ ନକ୍‌ଆଉଟ୍‌ ଷ୍ଟେଜରେ ପହଁଞ୍ଚିଛି। ନକ୍‌ଆଉଟ୍‌ ମୁକାବିଲାରେ ଏଣ୍ଟ୍ରି କରିବା କ୍ଷେତତ୍ରରେ ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ଭଳି ଟିମ୍‌ଠୁ ବି ଆଗରେ ରହିଛି ପାକିସ୍ତାନ। ପାକିସ୍ତାନ ଦଳ ୨୦୦୭ରୁ ଏପର୍ଯ୍ୟନ୍ତ ୩ଟି ଟି-୨୦ ଫାଇନାଲ ମୁକାବିଲା ଖେଳିଛି। ୨୦୦୯ରେ ପାକିସ୍ତାନ ଟ୍ରଫି ହାତେଇଥିବାବେଳେ ୨୦୦୭ ଓ ୨୦୨୨ରେ ପାକିସ୍ତାନ ଟିମ୍‌ ଉପବିଜେତା ହୋଇଥିଲା।

ଭାରତଠୁ ହାରି ସଙ୍କଟରେ ପାକିସ୍ତାନ:

ଟି-୨୦ ବିଶ୍ବକପ୍‌ରେ ଟିମ୍‌ ଇଣ୍ଡିଆ ତାର ଦ୍ବିତୀୟ ମୁକାବିଲା ପାକିସ୍ତାନ ବିପକ୍ଷରେ ଖେଳିଥିଲା। ରୋମାଞ୍ଚକର ମ୍ୟାଚରେ ପାକିସ୍ତାନକୁ ୬ ରନ୍‌ରେ ହରାଇଥିଲା ଭାରତ। ପାକିସ୍ତାନ ଚଳିତ ବିଶ୍ବକପ୍‌ରେ ତାର ପ୍ରଥମ ମୁକାବିଲା ଆମେରିକା ନିକଟରୁ ପରାସ୍ତ ହୋଇଥିଲା। ସୁପର ଓଭର ମୁକାବିଲାରେ ଆମେରିକା ପାକିସ୍ତାନକୁ ହରାଇ ଇତିହାସ ରଚିଥିଲା।

ଭାରତ ପାକିସ୍ତାନକୁ ହରାଇବା ପରେ ଗ୍ରୁପ୍‌-ଏର ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ଟିମ୍‌ ଇଣ୍ଡିଆ ରହିଛି। ଆଉ ତା ପଛକୁ ଆମେରିକା ରହିଛି। ଉଭୟ ଟିମ୍‌ ଏପର୍ଯ୍ୟନ୍ତ ୨ଟି ଲେଖାଏଁ ମୁକାବିଲା ଜିତି ୪ ପଏଣ୍ଟ ହାସଲ କରିଛନ୍ତି। ଅନ୍ୟପଟେ ପାକିସ୍ତାନ ଟିମ୍‌ ୨ଟି ମ୍ୟାୁରେ ପରାଜିତ ହୋଇଥିବା ବେଳେ ପଏଣ୍ଟ ଟେବୁଲରେ ଖାତା ଖୋଲି ପାରିନି। ପାକିସ୍ତାନର ତାର ଆଗାମୀ ଦୁଇଟି ମ୍ୟାଚ୍‌ କାନାଡା ଓ ଆୟାରଲାଣ୍ଡ ବିପକ୍ଷରେ ଖେଳିବ।

Leave A Reply

Your email address will not be published.