Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀର: ଏବେବି ଜଙ୍ଗଲରେ ଲୁଚିଛନ୍ତି ୩ ବିଦେଶୀ ଆତଙ୍କୀ

ଓଏଲ୍‌ ବ୍ୟୁରୋ: ଜମ୍ମୁ-କଶ୍ମୀରର ରିଏସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୩ ଜଣ ଆହତ ହୋଇଛନ୍ତି। ଏହି ହମଲା ପଛରେ ୩ ଜଣ ବିଦେଶୀ ଆତଙ୍କବାଦୀ ଥିବା ଜଣାପଡ଼ିଛି। ଏବେ ସେମାନେ ଜଙ୍ଗଲ ଭିତରେ ଚୁଲିଛନ୍ତି। ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୩ ଜଣ ଆତଙ୍କବାଦୀ ଏବେ ବି ଜଙ୍ଗଲ ଭିତରେ ଅଛନ୍ତି। ସୁରକ୍ଷାକର୍ମୀମାନେ ପୂରା ଜଙ୍ଗଲକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ତଙ୍କବାଦୀଙ୍କୁ ଖୋଜିବାକୁ ଡ୍ରୋନ ଓ ହେଲିକପ୍ଟରର ସାହାଯ୍ୟ ନେଇଛନ୍ତି ଯବାନ। ସ୍ଥାନୀୟ ପୁଲିସ୍‌ ମଧ୍ୟ ସେନା ବାହିନୀ ସହ ସର୍ଚ୍ଚ ଅପରେସନରେ ସାମିଲ ହୋଇଛନ୍ତି।

ଆତଙ୍କୀମାନେ ହମଲା କରିବା ବେଳେ ଆମେରିକା ନିର୍ମିତ ଏମ ୪ କାରବାଇ ରାଇଫଲ୍ସର ବ୍ୟବହାର କରିଥିଲେ। ଏହି ରାଇଫଲକୁ ବିଶ୍ୱର ବିଭିନ୍ନ ସେନା ବାହିନୀ ବ୍ୟବହାର କରନ୍ତି। ପାକିସ୍ତାନର ସ୍ପେଶାଲ ‍ଫୋର୍ସ ଓ ସିନ୍ଧ ପ୍ରଦେଶରେ ମୁତୟନ ସ୍ପେଶାଲ ସିକ୍ୟୁରିଟୀ ୟୁନିଟ ପାଖରେ ମଧ୍ୟ ଏହି ରାଇଫଲ ଉପଲବ୍ଧ ରହିଛି। ତେଣୁ ଆତଙ୍କବାଦୀମାନେ ପାକିସ୍ତାନରୁ ଆସି ଏଠାରେ ହମଲା କରିଥିବା ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.