Odisha Link
Bridging the Missing Links in Odisha

ନିଟ୍ ପରୀକ୍ଷା ରଦ୍ଦ ହେବନି, ଏନଟିଏକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଓଏଲ୍‌ ବ୍ୟୁରୋ: ନିଟ୍‌ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ବିବାଦ ଲାଗି ରହିଛି। ନିଟ୍‌ ପ୍ରଶ୍ନ ପତ୍ର ଲିକ୍‌ ଅଭିଯୋଗ ଆଣିବା ସହ ପରୀକ୍ଷାକୁ ରଦ୍ଦ କରିବା ସହ କାଉନସେଲିଂ ବନ୍ଦ କରିବାକୁ ସୁପ୍ରିମକୋର୍ଟରେ ପିଏଲ ଦାଖଲ ହୋଇଥିଲା। ଯାହାର ଶୁଣାଣି କରି କାଉନସେଲିଂ ଓ ପରୀକ୍ଷା ରଦ୍ଦ କରିବାକୁ ମନା କରିଛନ୍ତି ସୁପ୍ରିମକୋର୍ଟ।

ଜଷ୍ଟିସ ବିକ୍ରମ ନାଥ ଏବଂ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ନ୍ୟାଶନାଲ୍‌ ଟେଷ୍ଟି ଏଜେନ୍ସି ତଥା ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମାଗିଛନ୍ତି। ସୁପ୍ରିମକୋର୍ଟ ଏହି ଆବେଦନକୁ ଅନ୍ୟ ଏକ ଆବେଦନ ସହ ଯୋଡିଛନ୍ତି। ଏଥିସହ ନିଟ୍‌ ଫଳାଫଳକୁ ଆଧାର କରି କାଉନସେଲିଂ ଉପରେ ପ୍ରତିବନ୍ଧକ ଲଗାଇବାକୁ ସଫା ସଫା ମନା କରି ଦେଇଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷାର ସ୍ୱଚ୍ଛତା ପ୍ରଭାବିତ ହୋଇଛି। ଏଥିପାଇଁ ଏନ୍‌ଟିଏକୁ ନୋଟିସ୍‌ ଜାରି କରି ଜବାବ ମଗାଯାଇଛି। ଆମେ ଏନ୍‌ଟିଏର ଦଲିଲ ମଧ୍ୟ ଶୁଣିବାକୁ ଚାହୁଁଛୁ। ଉତ୍ତର ପାଇବା ପରେ ଜୁଲାଇ ୮ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବୁ।