ଅଲିମ୍ପିକ୍ସ: ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ଓଏଲ୍ ବ୍ୟୁରୋ: ପୁଣିଥରେ ବିଜୟ ପଥକୁ ଫେରିଲା ଟିମ୍ ଇଣ୍ଡିଆ। ଗତକାଲି ବେଲଜିୟମଠୁ ୨-୧ରେ ପରାସ୍ତ ହୋଇଥିବା ଭାରତୀୟ ହକି ଦଳ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୩-୨ ଗୋଲରେ ପରାସ୍ତ କରିଛି। ୫୨ ବର୍ଷ ପରେ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ। ୧୯୭୨ ମସିହା ପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ହରାଇଛି ଭାରତୀୟ ହକି ଦଳ। ଏଥିସହିତ ପୁଲ୍ ବି ର ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଉଠିଛି ଭାରତ। ଆଜି ହରମନପ୍ରୀତ ସିଂହଙ୍କ ଭାରତୀୟ ହକି ଟିମ ନୂଆ ରେକର୍ଡ କରିଛି। ଭାରତ ପକ୍ଷରୁ ଅଭିଷେକ ପ୍ରଥମ ଗୋଲ ସ୍କୋର କରିଥିବା ବେଳେ ବାକି ଦୁଇଟି ଗୋଲ ହରମନପ୍ରୀତଙ୍କ ଷ୍ଟିକରୁ ଆସିଛି।