ପ୍ରଥମ ଦିନିକିଆ: ପ୍ରଥମେ ବୋଲିଂ କରିବ ଭାରତ, ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଲେ ଷ୍ଟାର ଖେଳାଳି

ଓଏଲ୍ ବ୍ୟୁରୋ: ଟି-୨୦ ସିରିଜ ହାତେଇବା ପରେ ଆଜିଠୁ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ସିରିଜ ଖେଳିଛୁ ଭାରତ। ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆଜି କଲମ୍ବୋର ପ୍ରେମଦାସା ଷ୍ଟାଡିୟମ୍ ଖେଳାଯାଉଛି। ପ୍ରଥମ ଦିନିକିଆରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛି ଶ୍ରୀଲଙ୍କା। ଯାହାଫଳରେ ପ୍ରଥମେ ବୋଲିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ଭାରତ। ସବୁଠୁ ବଡ଼କଥା ହେଲା ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ହେବା ପରେ ଭାରତ ପ୍ରଥମ ଥର ପାଇଁ ଦିିନିକିଆ ମ୍ୟାଚ୍ ଖେଳୁଛି। ସେହିପରି କେଏଲ୍ ରାହୁଲ ଓ ଶ୍ରେୟସ୍ ଆୟର ଦୀର୍ଘ ଦିନ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେହିପରି ଋଷଭ ପନ୍ତ, ରିଆନ୍ ପରାଗ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି।
ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟରକ୍ଷକ), ଶିବମ ଦୁବେ, ଅକ୍ଷର ପଟେଲ୍, କୁଲଦୀପ ୟାଦବ, ଓ୍ବାଶିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।
ଶ୍ରୀଲଙ୍କା ଦଳ: ପଥୁମ ନିଶଙ୍କ, ଅଭିଷ୍କା ଫର୍ଣ୍ଣାଡୋ, କୁଶାଲ ମେଣ୍ଡିସ୍, ସଦୀରା ସମରବିକ୍ରମା, ଚାରିତ ଅସଲଙ୍କା (ଅଧିନାୟକ), ଜାନିଥ ଲିୟାନାଗେ, ଦୁନିତ ୱେଲାଲଗେ, ୱାନିନ୍ଦୁ ହସରଙ୍ଗା, ଅକିଲା ଧନଞ୍ଜୟ, ମହମ୍ମଦ ସିରାଜ, ଅସିତ ଫର୍ଣ୍ଣାଣ୍ଡୋ।